ଭୁବନେଶ୍ୱର : (ଚକ୍ରଧର ମାଝି ) କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଏଫ୍ ଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ସ ଆରମ୍ଭ ହେଇଯାଇଛି । ଆଜିର ଉଦ୍ଘାଟନୀ ଦିବସରେ ମୋଟ ୩ଟି ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଆମେରିକା ।
୨.୦ ଗାଲରେ ମ୍ୟାଚ୍ ଜିତିନେଲା ଆମେରିକା । ଦ୍ୱିତୀୟ ମ୍ୟାଚରେ ଉଜ୍ବେକିସ୍ତାନ ଓ ପୋଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୭ଟାରେ ଭାରତ ଓ ରୁଷ ମଧ୍ୟରେ କଡା ଟକ୍କର ହେବ । ତେବେ ଏଫ୍ ଆଇଏଚ୍ ସିରିଜରେ ଭାରତ, ପୋଲାଣ୍ଡ, ଋଷିଆ ଓ ଉଜ୍ବେକିସ୍ଥାନ ଗ୍ରୁପ୍-ଏରେ ଥିବାବେଳେ ଦକ୍ଷିଣ ଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ଗ୍ରୁପ୍-ବିରେ ରହିଛନ୍ତି ।
ଏଥିରେ ଭାଗ ନେଇଥିବା ୮ଟି ଦଳ ମଧ୍ୟରେ ଶ୍ରେଷ୍ଠ ଦୁଇଟି ଦଳ ୨୦୨୦ ଟୋକିଓ ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ ।