Odia News Portal

୧୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା : ପାଣିପାଗ ବିଭାଗ

ଭୁବନେଶ୍ବର : ଓଡିଶାର ୩ଟି ଜିଲ୍ଲାରେ  ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳ ବର୍ଷା। ସତର୍କ ସୂଚନା ଜାରି କରିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି)। ଶେଷ ସୂଚନା ମୁତାବକ ସୋମବାର ଦିନ ୮.୩୦ ମଧ୍ୟରେ  ପର୍ଯ୍ୟନ୍ତ ଓଡିଶାର କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଅଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ  ୧୬ଟି ଜିଲ୍ଲାରେ  ବଜ୍ରପାତ ସହ ବର୍ଷା ହେବାର ଚେତାବନୀ ଦେଇଛି। ଆସନ୍ତା  ୨୪ ଘଣ୍ଟା  ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କନାଳ, ସୁନ୍ଦରଗଡ, ସମ୍ବଲପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ କିଛି  ସ୍ଥାନରେ ବଜ୍ରପାତ ସହ ପବନର ବେଗ ୪୦-୫୦  କିଲୋମିଟରରେ ହେବାର ସମ୍ବାବନା ରହଛି। ଆଜି ରାଜ୍ୟର ବାଲାଙ୍ଗୀରରେ ସର୍ବାଧିକ ୪୦.୫୦ ଡିଗ୍ରୀ ସେଲସିୟସ ରୌଦ୍ରତାପର ରେକର୍ଡ କରାଯାଇଛି ।