Odia News Portal

ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ : ଧୀରେ ଧୀରେ ଘନୀଭୂତ ହେଉଛି ଡିପ୍ରେସନ୍‌

ନୂଆଦିଲ୍ଲୀ : ଆରବ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ବାତ୍ୟା ନିସର୍ଗ । ଧୀରେ ଧୀରେ ଘନୀଭୂତ ହେଉଛି ଡିପ୍ରେସନ୍‌ । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଡିପ ଡିପ୍ରେସନର ରୂପ ନେବ । ୩ ତାରିଖରେ ଏହା ମୁମ୍ବାଇ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ। କର୍ଣ୍ଣାଟକରୁ ଗୋଆ ପର୍ଯ୍ୟନ୍ତ ଏହାର ପ୍ରଭାବ ପଡିବ। କିଛି ସ୍ଥାନରେ ବନ୍ୟା ଆଶଙ୍କା ଦେଖାଦେଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଘଣ୍ଟାପ୍ରତି ପବନର ବେଗ ୧୦୫ରୁ ୧୨୫ କିଲୋମିଟର ବେଗରେ ପବନ ବହିପାରେ ।

ଏହାକୁ ଦୃଷ୍ଟିରେ ରଖି ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟ ଉପକୂଳ ପାଇଁ ବାତ୍ୟା ସତର୍କତା ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ଗୁଜରାଟରେ ୧୧ ଓ ମହାରାଷ୍ଟ୍ରରେ ୧୦ଟି ଏନଡିଆରଏଫ୍‌ ଟିମ୍‌ ମୁତୟନ ହୋଇଛନ୍ତି । ସବୁଠୁ ଅଧିକ କରୋନା ପ୍ରଭାବିତ ମହାରାଷ୍ଟ୍ର ଉପରେ ସମ୍ଭାବ୍ୟ ବାତ୍ୟା ନିସର୍ଗ ଆଉ ଏକ ଆସନ୍ନ ବିପତ୍ତି ।