Odia News Portal

ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ପୋଲିସକୁ ବଡ଼ ସଫଳତା  ପୋଲିସ ଏନକାଉଣ୍ଟରରେ ଟପ୍‌ କ୍ୟାଡର ମାଓବାଦୀ ନିହତ । ମୃତ ମାଓବାଦୀର ନାଁ ଦସୁରୁ ପୁନମ । ତା ମୁଣ୍ଡ ପାଇଁ ୮ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ସରକାର ।

ଏହି ମାଓ ବିରୋଧୀ ଅଭିଯାନରେ ଦନ୍ତେୱାଡା ଏବଂ ବିଜାପୁର ଜିଲ୍ଲାର ଡିଆରଜି ଏବଂ ଏସଟିଏଫ ଯବାନ ସାମିଲ ହୋଇଥିଲେ । ଦନ୍ତେୱାଡା ଏସ୍‌ପି ଅଭିଷେକ ପଲ୍ଲବ ଏହି ସୂଚନା ଦେଇଛନ୍ତି ।