Odia News Portal

ଏରେଣ୍ଡେଇ ଗାଁକୁ ୩୬ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତକୁ ୩୬ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ଏରେଣ୍ଡେଇ  ସରପଞ୍ଚ ପାର୍ବତୀ ଦେହୁରୀ । ମହାରାଷ୍ଟ୍ର ରୁ ଅନ୍ୟମାନଙ୍କ ଅଜାଣତରେ ଏରେଣ୍ଡେଇ ଗ୍ରାମକୁ ଫେରିଥିବା ଜଣେ ପ୍ରବାସୀ ବହୁ ଲୋକଙ୍କ ସହ ମିଳାମିଶା କରିଥିବା ଖବର ମିଳିବା ପରେ ପିଇଓ ସୁଧାଂଶୁ ପାଇକରାୟ ଓ ଗ୍ରାମରୋଜଗାର ସେବକ ତ୍ରିନାଥ ମହାନ୍ତ ଉକ୍ତ ପ୍ରବାସୀ ଯୁବକଙ୍କୁ ଠାବ କରି ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖିଛନ୍ତି । ପଞ୍ଚାୟତ ପକ୍ରୁ ଗ୍ରାମକୁ ସାନିଟାଇଜ୍ କରିବା ପାଇଁ ଅଗ୍ନିଶମ ବିଭାଗକୁ କୁହାଯାଇଥିବା ବେଳେ ସରପଞ୍ଚ ପଞ୍ଚାୟତ ମୁଖ୍ୟାଳୟ ଏରେଣ୍ଡେଇ ଗ୍ରାମକୁ ୩୬ ଘଣ୍ଟା  ସଟଡାଉନ୍ ଘୋଷଣା କରିଛନ୍ତି।