Odia News Portal

EPFO ପେନସନ ଭୋଗୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ : EPFO ପେନସନ ଭୋଗୀଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି  ସଙ୍ଗଠନ (EPFO) ପେନସନର କମ୍ୟୁଡେଟ୍ ମୂଲ୍ୟର ପୁନଃପ୍ରତିଷ୍ଠା କାରଣରୁ ବକେୟା  ୧୦୫କୋଟି ଟଙ୍କା ସହ ୮୬୮କୋଟି ଟଙ୍କାର ପେନସନ ଜାରି କରିଛି । କେନ୍ଦ୍ରୀୟ ଟ୍ରଷ୍ଟ ବୋର୍ଡ(EPFO) ର  ସୁପାରିଶ କ୍ରମେ , ସରକାର  ୧୫ ବର୍ଷ ପରେ ପେନସନର କମ୍ୟୁଡେଟ୍ ମୂଲ୍ୟର ପୁନରୁଦ୍ଧାରର ଅନୁମତି ଦେବାପାଇଁ  ଶ୍ରମିକଙ୍କୁ ଦୀର୍ଘ ସମୟରୁ ଚାଲିଆସୁଥିବା ଦାବି ଗୁଡ଼ିକ ମଧ୍ୟରୁ ଗୋଟିକୁ ସ୍ୱୀକାର କରିନେଇଛି ।

ଏହା ପୂର୍ବରୁ କମ୍ୟୁଟେଡ୍‌ ପେନସନର ପୁନରୁଦ୍ଧାରର କୌଣସି ପ୍ରାବଧାନ ନଥିଲା ଏବଂ  ପେନସନ ଭୋଗୀଙ୍କୁ କମ୍ୟୁଟେସନ ଆଜୀବନ କମ୍‌ ମିଳୁଥିଲା । EPFOର  ୧୩୫ଟି  କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡ଼ିକ ମାଧ୍ୟମରେ ପୁରା ହେବାକୁ ଥିବା ୬୫ ଲକ୍ଷରୁ ଅଧିକ EPFO ପେନସନ ଭୋଗୀ ଲାଭ ପାଇପାରିବେ।

EPFO ଅଧିକାରୀ ଓ କର୍ମଚାରୀ ମାନେ କୋଭିଡ-୧୯ ସଙ୍କଟ ସତ୍ତ୍ୱେ ପେନସନ ଭୋଗୀଙ୍କ ବ୍ୟାଙ୍କ ଖାତାରେ ମେ ୨୦୨୦ ପାଇଁ ପେନସନ ଅର୍ଥ କ୍ରେଡିଟ୍‌ କରିଛନ୍ତି ।

ପେନସନ ପୁନରୁଦ୍ଧାର –

ସରକାର ଫେବୃୟାରୀରେ ଏହି ପେନସନର ପୁନରୁଦ୍ଧାରର ପାଇଁ ସୂଚନା ଦେଇଥିଲେ । EPFOପେନସନ ଭୋଗୀଙ୍କୁ ତାଙ୍କର ମାସିକ ପେନସନର ଏକ ଭାଗକୁ ରିଟାୟରମେଣ୍ଟ ସମୟରେ ଅଗ୍ରିମ ପେମେଣ୍ଟରେ ପରିବର୍ତ୍ତନ କରିବାର ବିକଳ୍କ ଦିଆଯାଇଛି ।

EPFO ନିୟମାନୁଯାୟୀ ,  ଜଣେ EPFO ସଦସ୍ୟ , ଯିଏ ସେପ୍ଟେମ୍ୱର ୨୬, ୨୦୦୮ ପୂର୍ବରୁ ଅବସର ନେଇସାରିଛନ୍ତି , ସେ ନିଜର ପେନସନର ଅଧିକତମ ଭାବେ ଏକ ତୃତୀୟାଂଶ ଭାଗ ପାଉଥିଲେ ଏବଂ ଅବଶିଷ୍ଟ ଦୁଇ ତୃତୀୟାଂଶ ତାଙ୍କର ଜୀବନକାଳ ସମୟରେ ମାସିକ ପେନସନ ଭାବେ ନେଉଥିଲେ ।

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟି ଗତ ବର୍ଷ ଅଗଷ୍ଟରେ ଏକ ବୈଠକ କରିଥିଲେ , ଯେଉଁଠାରେ  ସେ ୨୬ ସେପ୍ଟେମ୍ୱର , ୨୦୦୮ ପୂର୍ବରୁ ଅବସର ନେଇଥିବା ଲୋକଙ୍କୁ ସଂପୂର୍ଣ୍ଣ ମାସିକ ପେନସନକୁ ଦେବାର ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ ଏବଂ ୧୫ ବର୍ଷ ପରେ  ପେନସନ  କମ୍ୟୁଟେସନର ବିକଳ୍ପ ଭାବେ ବାଛିଥିଲେ ।