Odia News Portal

କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡ

ପୁରୀ : ପୁରୀ ଜିଲ୍ଲା ପିପିଲି ବ୍ଲକ ସାତଶଙ୍ଖ ଠାରେ ଥିବା କଳିଙ୍ଗ କତା କମ୍ପାନୀରେ ବିଳମ୍ବିତ ରାତ୍ରୀରେ ଭୟାବୟ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କତା ସହ ଆସବାବ ପତ୍ର ନଷ୍ଟ ହୋଇଥିବା ଜଣା ପଡିଛି। ଅଗ୍ନିକାଣ୍ଡର ଖବର ପାଇ ପିପିଲି ସତ୍ଯବାଦୀ ଅଗ୍ନିଶମ ବିଭାଗ ତରଫରୁ ନିଆଁକୁ ଆୟତ୍ତ କରାଯାଇଥିଲା।

ସୂଚନା ମୁତାବକ ଏଭଳି ବଡଧରଣର ଅଗ୍ନିକାଣ୍ଡରେ କୌଣସି ଲୋକ ଆହାତ ହୋଇନଥିବା ଜଣା ପଡିଛି। ଅନ୍ଯପଟେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଏବେ ନିଆଁ ଲିଭାଇବାରେ ଲାଗିଛନ୍ତି ଦମକଳ ବାହିନୀ।