Odia News Portal

ଭାରସାମ୍ୟ ହରାଇ  ଓଲଟିଲା ବରଯାତ୍ରୀ ଗାଡ଼ି

ଜୟପୁର :  କୋରାପୁଟ ଗୁରୁମାଈଗୁଡ଼ା ଘାଟିରେ ଭାରସାମ୍ୟ ହରାଇ  ଓଲଟିଲା ବରଯାତ୍ରୀ ଗାଡ଼ି। ଘଟଣା ସ୍ଥଳରେ ୨ ମହିଳା ମୃତ ୨୦ ଆହତ ହୋଇଛିନ୍ତି। ଆହତଙ୍କ ମଧ୍ୟରେ ୪ ଗୁରୁତର ଥିବା ସୂଚନା ମଳିଛି। ଗୁରୁତରଙ୍କୁ ଜୟପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୧୬ ଜଣ ଆହତଙ୍କୁ ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ମହିଳାଙ୍କ ପରିଚୟ ମିଳିଛି। ସେମାନେ ହେଲେ, ମୁଣ୍ଡିଗୁଡାର ଚଞ୍ଚଳ ଜାନୀ ଏବଂ  ତୁଳସା ଜାନୀ।ଓଲଟିଥିବା  ଗାଡିଟିରେ ୫୦ରୁ ଅଧିକ ବରଯାତ୍ରୀ  ଯାଉଥିଲେ।

ମିଳିଥିବା ସୂଚନା  ମୁତାବକ ଗାଡିଟି ବୋରିଗୁମ୍ମାରୁ ୫୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ନବରଙ୍ଗପୁର ଯାଉଥିବାବେଳେ ଗୁରୁମାଈଗୁଡ଼ା ଘାଟିରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା ।  ଖବର ପାଇ ଘଟଣା ସ୍ଥଳରେ ବିସିଂହପୁର ପୁଲିସ୍‌ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।