Odia News Portal

ଆଇପିଏସ୍‌ଙ୍କ ଘରୁ ଚୋରି ଘଟଣା : ୩ ଗିରଫ

ଭୁବନେଶ୍ୱର : ରାଜଧାନୀରେ ଆଇପିଏସ୍‌ ଅଧିକାରୀଙ୍କ ଘରୁ ଚୋରି ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଯେଉଁଠି ଆଇପିଏସ୍‌ ଅଧିକାରୀଙ୍କ ଘରେ ଚୋରି ହେଉଛି ସେଠି ସାଧାରଣ ଲୋକଙ୍କ କଥା ପଚାରେ କିଏ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ରାଜଧାନୀରେ ଥିବା ଆଇପିଏସ୍‌ ଅଧିକାରୀଙ୍କ କ୍ୱାଟର୍ସରୁ ଚୋରି ହୋଇଥିଲା । ଆଇପିଏସ୍‌ ଅଧିକାରୀ ସତ୍ୟଜିତ୍‌ ନାୟକଙ୍କ ଘରୁ ଚୋରି ହୋଇଥିଲା ।

ଆଇପିଏସ୍‌ ଅଧିକାରୀଙ୍କ ଚୋରି ଘଟଣାରେ ଷ୍ଟେସନ୍‌ ବଜାର ଅଞ୍ଚଳରୁ ୩ ଜଣଙ୍କୁ ପୁଲିସ୍‌ ଗିରଫ ହୋଇଛି । ସତ୍ୟଜିତ୍‌ ନାୟକ ଘରେ ନଥିଲେ । ଲକ୍‌ଡାଉନ୍‌ ସମୟରେ ଏହି ତିନି ଚୋର ତାଙ୍କ ସରକାରୀ କ୍ୱାଟର୍ସର ଝରକା ଭାଙ୍ଗି ଘରେ ପଶିଥିଲେ । ଘରେ ଲାପ୍‌ଟପ୍‌ ସହ ଅନେକ କିଛି ଦାମୀ ଜିନିଷ ଧରି ଏହି ଚୋରମାନେ ଛୁ ମାରିଥିଲେ । ଆଇପିଏସ୍‌ ଅଧିକାରୀଙ୍କ ପିତା ମାତା ଫେରିବା ପରେ ଏହି ଚୋରି ବିଷୟରେ ଜାଣିଥିଲେ । ସେମାନେ କ୍ୟାପିଟାଲ୍‌ ଥାନାରେ ଏ ବିଷୟରେ ଅଭିଯୋଗ କରିଥିଲେ । ତଥାପି ପୁଲିସ ସାଙ୍ଗେ ସାଙ୍ଗେ ଚୋରମାନଙ୍କୁ ଗିରଫ କରିବାରେ ସଫଳ ହୋଇ ନଥିଲେ ।

ପୁଲିସ ତଦନ୍ତ କରି ଷ୍ଟସନ୍‌ ବଜାର ଅଞ୍ଚଳର ତିନି ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଚୋରମାନେ ହେଲେ ଦିନ ଓ ମଣ୍ଟୁ ନାୟକ , ତାଙ୍କର ଜଣେ ସହଯୋଗୀ । ପୁଲିସ ଏହି ଚୋରମାନଙ୍କ ଠାରୁ ଲାପ୍‌ଟପ୍‌ ସହ ବୋହୁ ଚୋରା ସାମଗ୍ରୀ ଉଦ୍ଧାର କରିଛଇ ।