ଭୁବନେଶ୍ୱର : ୧୮ ଘଣ୍ଟାର ନାଟକର ଅବସାନ । କାଲି ବିଜେପିରୁ ଇସ୍ତଫା ଦେଇଥିବା ଜଗନ୍ନାଥ ପ୍ରଧାନ ଆଜି ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ବାବୁ ସିଂଙ୍କୁ ଭୁବନେଶ୍ବର ଜିଲ୍ଲା ସଭାପତି ତାୟୀତ୍ବ ମିଳିବା ପରେ ଇସ୍ତଫା ଦେଇଥିଲେ ଜଗନ୍ନାଥ । ଦଳୀୟ ନେତାଙ୍କ ମାନ ଭଞ୍ଜନ ପରେ ପୁଣି ହାତ ମିଳାଇଛନ୍ତି ଦୁଇ ନେତା । ଆଉ ଦୁଇ ନେତାଙ୍କ ଭିତରେ ପ୍ୟାଚଅପ କରିବାକୁ ପହଁଚିଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ
ବିଜେପିର ରାଜଧାନୀ ରାଜନୀତିର ମୋଡ ବଦଳିଲା । ୧୮ ଘଣ୍ଟାର ଡ୍ରାମାରେ ପଡିଲା ପୂଣ୍ଣଛେଦ । କାଲି ଇସ୍ତଫା ଆଉ ଆଜି ଇସ୍ତଫା ଫେରାଇ ନେଇ ଅଭିମାନ ନାଟକରେ ପୂଣ୍ଣଛେଦ ଟାଣିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ । ମଙ୍ଗଳବାର ସଂଧ୍ୟା ୫ଟା ଭୁବନେଶ୍ବର ଜିଲ୍ଲା ସଭାପତି ଭାବେ ବାବୁ ସିଂହଙ୍କ ନାଁ ଘୋଷଣା କଲା ବିଜେପି । ଆଉ ଠିକ ଘଣ୍ଟାଏ ପରେ ଜିଲ୍ଲା ସଭାପତି ସଭାପତି ପଦ ଲାଗି ଆଶାୟୀ ଥିବା ଜଗନ୍ନାଥ ପ୍ରଧାନ ଇସ୍ତଫା ଦେଇଥିଲେ । ବୁଧବାର ସକାଳେ ଏକାଠିହୋଇଥିଲେ ବିଜେପିର ଦୁଇ ନେତା ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ । ଜିଲ୍ଲା ସଭାପତି ଚୟନରେ ତାଙ୍କୁ ନ ପଚାରି ନିଷ୍ପତ୍ତି ନିଆଯାଇଥିବାରୁ ସେ ଇସ୍ତଫା ଦେଇଥିଲେ ବୋଲି କହିଥିଲେ ଜଗନ୍ନାଥ ପ୍ରଧାନ । ଆଉ ଦଳ ନେତୃତ୍ବ ତାଙ୍କ ସହ ଆଲୋଚନା ପରେ ଇସ୍ତଫା ଫେରାଇ ନେଇଥିବା କହିଛନ୍ତି । ବିଜେପି ଏକ ପରିବାର ପରି, ପରିବାରର ସଦସ୍ୟ ଭାବେ ତାଙ୍କର ଅଭିମାନ କରିବାର ଅଧିକାର ଅଛି । ଏବେ ଅଭିମାନ ଦୂର ହୋଇଛି ଦୁହେଁ ମିଶି ଦଳ ପାଇଁ କାମ କରିବେ ବୋଲି କହିଛନ୍ତି ।
ବାବୁ ସଂହଙ୍କୁ ସଭାପତି ପଦରେ ବସାଇବା ପଛରେ ଭୁବନେଶ୍ବର ସାଂସଦଙ୍କ ସମର୍ଥନ ଥିବା ନେଇ ଚର୍ଚ୍ଚା ହେଉଥିଲା । ଯାହାକୁ ବିରୋଧ କରି ଜଗନ୍ନାଥ ଇସ୍ତଫା ଦେବା ନେଇ ଦଳରେ ଆଲୋଚନା ଚାଲିଥିଲା । ଆଉ ଦଳୀୟ ଶାର୍ଷ ନେତୃତ୍ବଙ୍କ ହସ୍ତକ୍ଷେପରେ ସମସ୍ୟା ସମାଧାନ ପରେ ଦୁଇ ନେତାଙ୍କ ପାଖରେ ପହଁଚିଥିଲେ ଦଳର ଭୁବନେଶ୍ବର ସାଂସଦ ଅପରାଜିତା ଷଢଙ୍ଗୀ । ଦଳୀୟ ଫାଟରେ ପ୍ୟାଚଅପ ପକାଇବା ସହ ତାଙ୍କୁ ନେଇ ଦଳରେ କିଛି କନ୍ଦଳ ନଥିବା ବି ଦେଖାଇବାକୁ ଯଥା ସମ୍ବବ ଚେଷ୍ଟା କରିଥିଲେ । କହିଥିଲେ ଦୁଇ ନେତାଙ୍କ ସହ ତାଙ୍କର ସଂପର୍କ ଭଲ । ଆଗକୁ ସମସ୍ତେ ମିଶି କାମ କରିବେ ।
ଆଗକୁ ମହାନଗର ନିର୍ବାଚନ ରହିଛି । ଏଭଳି ସ୍ଥିତିରେ ଦଳରେ କନ୍ଦଳ ଦୂର କରି ଜଗନ୍ନାଥଙ୍କୁ ଅଟକାଇବାରେ ସଫଳ ହୋଇଛି ବିଜେପି ।
