ଭୁବନେଶ୍ୱର : ଆଜି ସମେଇଗାଡ଼ିଆ ଠାରେ ସମର୍ପିତ ଓଡିଶା ଓ କମିଶନେରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଆୟୋଜନ କରାଯାଇଥିଲା।
ସମାଜସେବୀ ଦେବେନ୍ଦ୍ର ପତି ଓ ଶ୍ରୀମତୀ ସୁନିତା ପତିଙ୍କର ସଂଯୋଜନାରେ କ୍ୟାପିଟାଲ ହସ୍ପିଟାଲର ରକ୍ତଭଣ୍ଡାର ଦ୍ୱାରା ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିରରେ କମିଶନରେଟ ପୋଲିସର ଏ ସି ପି ଲଳିତେନ୍ଦୁ ମହାନ୍ତି ,କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର ଓ ସମର୍ପିତର ପ୍ରତିଷ୍ଠାତା ସଦାଶିବ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସମର୍ପିତର ସମ୍ପାଦକ ସାର୍ଥକ କୁମାର ପରିଡା ଓ ସୁଶୀଲକାନ୍ତ ପ୍ରଧାନ ଶିବିର ପରିଚାଳନା କରିଥିଲେ।
ସମର୍ପିତ ପକ୍ଷରୁ ପ୍ରତିଷ୍ଠାତା ସଦାଶିବ ଜେନା ସମସ୍ତ ରକ୍ତଦାତା ମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ।
ସମଗ୍ର ବିଶ୍ୱ କରୋନା ମହାମାରୀ ରେ କବଳିତ ଥିବାବେଳେ ସାମାଜିକ ସଂଗଠନ ସମର୍ପିତ ପକ୍ଷରୁ ନିୟମିତ ଭାବରେ ରକ୍ତଦାନ ଶିବିର ଆୟୋଜିତ ହୋଇଆସୁଛି। ସମର୍ପିତ ପକ୍ଷରୁ ଆୟୋଜିତଏହା କରୋନା ସମୟର ୧୪ ତମ ଏବଂ କମିଶନରେଟ ପୋଲିସ ସହଭାଗିତାରେ ୫ ମ ରକ୍ତଦାନ ଶିବିର ଅଟେ।
