ଭୁବନେଶ୍ୱର: ଭୁବନେଶ୍ଵର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀଙ୍କ ବିରୁଦ୍ଧରେ ସରକାରଙ୍କ କ୍ବାରେଣ୍ଟାଇନ୍ ନିୟମ ଅବମାନନା କରିବା ଅଭିଯୋଗରେ କ୍ୟାପିଟାଲ ଥାନାରେ ରେ ଏତଲା ଦାଏର ହୋଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି କି ସାଂସଦ ମହୋଦୟା ସରକାରଙ୍କ ନିୟମକୁ ଅବମାନନା କରି ମେ ୨୨ ତାରିଖରେ ନିଜ ବାସଭବନରେ ସାମାଜିକ ଦୂରତା ନମାନି ନିଜର ଜନ୍ମଦିନ ପାଳନ କରିଥିଲେ ଯାହାକି ପର ମୁହୂର୍ତ୍ତରେ ସୋସିଆଲ ମିଡ଼ିଆରେ କର୍ମୀମାନଙ୍କ ଦ୍ଵାରା ଭାଇରାଲ୍ ହେଇଥିଲା।
ଏହା ସାଧରଣ ଜନତା, ଯେଉଁ ମାନେ କୋଭିଡ-୧୯ ନିୟମ ପାଳନ କରୁଛନ୍ତି ତାଙ୍କ ମଧ୍ୟରେ ପ୍ରଶ୍ନର ରୂପ ନେଇଥିଲା। ଖାଲି ସେତିକି ନୁହେଁ ଜୁନ ୩ ରେ ସାଂସଦ ମହୋଦୟା ନିଜର ସାଙ୍ଗଠନିକ କାର୍ଯ୍ୟକ୍ରମ କରିଥିଲେ।
ଯେଉଁଥିରେ ଅନେକ କର୍ମୀ ଯୋଗ ଦେଇଥିଲେ ଯାହାକି ଖୋଲାଖୋଲି ଭାବେ କୋଭିଡ୍ ନିୟମର ଉଲ୍ଲଙ୍ଘନର ପୁଣି ଏକ ନମୁନା ଦର୍ଶାଇଥିଲା। ଏଥିପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏତଲା ରେ ଅନୁରୋଧ କରାଯାଇଛି। କ୍ୟାପିଟାଲ ଥାନା ରେ ସମାଜସେବୀ ଯୋଗେଶ ଚନ୍ଦ୍ର ଜେନା ଓ ମଲ୍ଲିକ୍ ସମିମ୍ ଅଖତର୍ ଙ୍କ ଦ୍ଵାରା ଏହି ଏତଲା ଦିଆଯାଇଛି।