ଭଦ୍ରକ : ସରପଞ୍ଚ ବ୍ୟବହାର କଲେ ଜିଲ୍ଲାପାଳ କ୍ଷମତା। ସଂକ୍ରମଣରୁ ନିଜ ଅଞ୍ଚଳ ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ପଞ୍ଚାୟତର ୩ଟି ରାଜସ୍ୱ ଗ୍ରାମକୁ ୪୮ ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ। ଆଜି(ଗୁରୁବାର) ସଂଧ୍ୟା ୬ଘଟିକା ଠାରୁ ଆସନ୍ତା ଶନିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଳମଣ୍ଡୁଆ ପଞ୍ଚାୟତର ଥିବା ୭ ଟି ରାଜସ୍ବ ଗ୍ରାମ ମଧ୍ୟରୁ ୩ଟି ରାଜସ୍ୱ ଗ୍ରାମକୁ ସଟଡାଉନ ଘୋଷଣା କରାଯାଇଛି ।
୩-୬-୨୦ ରେ ପଞ୍ଚାୟତ TMC ରେ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ବ୍ୟବହାର କରି ଜଳମଣ୍ଡୁଆ ପଞ୍ଚାୟତର ୩ଟି ଗାଁ ଯଥା ଭଗିବିନ୍ଧା , ସରିଫପୁର ଓ କରଞ୍ଜି ଗୁଣପୁରକୁ ୪୮ଘଣ୍ଟା ପାଇଁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି।