Odia News Portal

ପୂର୍ବତନ ଖେଳାଳିଙ୍କ ପୁତ୍ର ବି‌‌‌‌‌‌ୟୋଗ

ଭୁବନେଶ୍ବର : ରାଜ୍ୟର ଜଣାଶୁଣା ଫୁଟ୍‌ବଲ୍ ପ୍ରଶାସକ ତଥା ପୂର୍ବତନ ସନ୍ତୋଷ ଟ୍ରଫି‌ ଖେଳାଳି ପ୍ରଫୁଲ୍ଲ ମିଶ୍ରଙ୍କ ପୁତ୍ର ମିଥୁନ ମିଶ୍ରଙ୍କର ଗୁରୁବାର ୨୪ ବର୍ଷ ବୟସରେ ଅକାଳ ବି‌ୟୋଗ ଘଟିଛି। ସାଧାରଣ ଜ୍ବର ପରେ ଶ୍ବାସକ୍ରିୟା ପିଡ଼ିତ ସମସ୍ୟା ବଢ଼ିବାରୁ ସମ୍‌ ହସପିଟାଲ୍‌ରେ ଚିକିତ୍ସାଧୀନ ଥିଲେ। ଦୁଇ ଥର କୋଭିଡ୍‌-୧୯ ସ୍ବାବ ପରୀକ୍ଷା ରିପୋର୍ଟ ମଧ୍ୟ ନେଭେଟିଭ୍ ରହିଥିଲେ। କିନ୍ତୁ ଶ୍ବାସକ୍ରିୟା ଅସୁବିଧା ବଢ଼ିବାରୁ ତାଙ୍କୁ ଗତ ୨ ସପ୍ତାହ ହେବ‌ ଭେଣ୍ଟିଲେଟରରେ ରଖାଯାଇଥିଲା।

ଗୁରୁବାର ଅପରାହ୍ନ ୨.୩୦ ମିନିଟରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଜଣେ ଯୁବ ମେକାନିକାଲ୍ ଇଂଜିନିୟର୍ ଭାବେ ମିଥୁନ ଧାମରା‌ପୋର୍ଟ ଛାଡ଼ି ୨ ମାସ ତଳେ ଟାଟା ଷ୍ଟିଲ୍‌ରେ ଯୋଗ ଦେଇଥିଲେ। ମିଥୁନଙ୍କ ବି‌‌ୟୋଗରେ ରାଜଧାନୀ କ୍ରୀଡ଼ା ଦୁନିଆରେ‌ ଶୋକର ଛାୟା ଖେଳିଯାଇଛି।