Odia News Portal

ବର୍ବରତାର ଘଟଣା : ଯୁବକଙ୍କ ତଣ୍ଟିରେ ଛିଡା ହୋଇଗଲେ ପୋଲିସ !

ରାଜସ୍ଥାନ ଯୋଧପୁରରେ ପୋଲିସର ବର୍ବରତାର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚଯ୍ୟର୍ କରାଇଦେଇଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅତି ନିର୍ମମ ଭାବେ ପିଟୁଛି କେବଳ ଏତିକି ନୁହେଁ ଜଣେ ପୋଲିସକର୍ମୀ ତ ବ୍ୟକ୍ତିଙ୍କ ବେକ ଉପରେ ଆଣ୍ଠୁ ମାଡି ବସିଛନ୍ତି। ଆପଣ ଏବେ ଭାବୁଥିବେ ବ୍ୟକ୍ତି ଏମିତି ର୍କଣ ଭୁଲ କଲେ ଯେ ପୋଲିସ ତାଙ୍କୁ ଏତେ ନିର୍ମମ ଭାବେ ମାରୁଛି। ବ୍ୟକ୍ତିଙ୍କର ଭୁଲ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ କାହିଁକିନା ବ୍ୟକ୍ତିଙ୍କ ଭୁଲ ମାତ୍ର ଏତିକି ଯେ ସେ ମାସ୍କ ପିନ୍ଧିନଥିଲେ।

ଉତ୍ତରପ୍ରଦେଶର ପୂର୍ବ ଡିଜିପି ବିକ୍ରମ ସିଂହ କହିଛନ୍ତି ଏହି ଘଟଣା ଦେଖିବା ପରେ ଏକଦମ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହି ପୋଲିସକର୍ମୀଙ୍କୁ ତୁରନ୍ତ ନିଲମ୍ବିତ କରିବା ଉଚିତ। ବାସ୍ତବରେ ଏ ଘଟଣା ଅତି ନିନ୍ଦନୀୟ।

ଯୋଧପୁରରେ ଘଟିଥିବା ଏହି ଘଟଣା ଆଜିର। ଆଉ ବ୍ୟକ୍ତିଙ୍କ ନାମ ହେଉଛି ମୁକେଶ କୁମାର। ପୋଲିସ ତାର ସଫାଇରେ କହିଛି ପୋଲିସ ଡ୍ୟୁଟି କରୁଥିଲା। ବ୍ୟକ୍ତି ମାସ୍କ ପିନ୍ଧି ନଥିଲେ। ପୋଲିସ କହିଲାରୁ ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଯାହାପରେ ଏମିତି କରିଥିବା କହିଛନ୍ତି ପୋଲିସ।

ଏହି ଘଟଣା ଏକଦମ ନିକଟରେ ଘଟିଥିବା ଆମେରିକା ଭଳି। ଏଠାରେ ମଧ୍ୟ ଜଣେ ପୋଲିସକର୍ମୀ ଜର୍ଜ ଫ୍ଲାଏଡଙ୍କ ବେକ ଉପରେ ଗୋଡ ଦେଇ ମାଡିକି ରଖିଥିଲେ। ପୋଲିସ ଜଣଙ୍କ ୮ ମିନିଟ ୪୬ ସେକେଣ୍ଡ ବ୍ୟକ୍ତିଙ୍କ ବେକ ଉପରେ ଗୋଡ ଦେଇ ରହିଥିଲେ। ଯାହା ପରେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିଲା।