Odia News Portal

ତିନି ଟନ ଗଞ୍ଜେଇ ସହ ୩୪ ଜଣ ଗିରଫ

ମାଲକାନଗିରି : ମାଲକାନଗିରି ଗଞ୍ଜେଇ ଚୋରାଚାଲାଣକାରୀଙ୍କ ଆଡ୍ଡା ପାଲଟିଛି । ଅଧିକାଂଶ ସମୟରେ ସେଠାରୁ ଗଞ୍ଜେଇ ଜବତ ହେଉଥିବା ଖବର ମିଳିଛି । ପୁଣି ମାଥିଲି ପୋଲିସ ୩୪ଜଣ ଗଞ୍ଜେଇ ଚାଲାଲକାରୀଙ୍କୁ ଗିରଫ କରି ସଫଳତା ପାଇଛି ।
ଅଧିକାଂଶ ସମୟରେ ମାଲକାନଗିରିରୁ ଗଞ୍ଜେଇ ଚାଲାଣ ଅଭିଯୋଗ ଆସିଥାଏ । କୈାଣସି ସୂତ୍ରରୁ ଖବର ପାଇ ମାଥିଲି ଥାନା ପୋଲିସ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରିଛି । ସେଠାରୁ ୩୪ଜଣ ଚାଲାଣକାରୀଙ୍କ ସହ ତିନି ଟନ ଗଞ୍ଜେଇ ଜବତ କରିଛି । ପୋଲିସ ଚଢାଉ ପରେ ଚାଲାଣକାରୀ ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରିଥିଲେ । ଫଳରେ ପଛରେ ଗୋଡ଼ାଇ ଗୋଡ଼ାଇ ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ପୋଲିସ ଦ୍ୱାରା ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପାଂଚ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୫ତାରିଖରେ ଗଞ୍ଜେଇ ଆଡ୍ଡା ଉପରେ ଚଢାଉ କରିବାରୁ ଚାଲାଣକାରୀ ପୋଲିସ ଉପରୁକୁ ଆକ୍ରମଣ କରିଥିଲେ । ଫଳରେ ଜଣେ ପୋଲିସ କନେଷ୍ଟବଲ ଗୁରୁତର ହୋଇଥିଲେ ।