ପୁରୀ : ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁସାରେ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସଟ୍ଡାଉନ୍ ଲାଗୁ ରହିବ। ପୁରୀ ସହରରେ ଶନିବାର ସଟ ଡ଼ାଉନ ନିୟମ ଲାଗୁ ହେଲା ନାହିଁ।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀ ସହରରେ ଧାରା ୧୪୪ ଲାଗୁ ହୋଇଥିଲା। ସେଥି ପାଇଁ ସଟ୍ଡାଉନ୍ କଟକଣା ଶନିବାର ଦିନ ପୁରୀ ମ୍ୟୁନିସିପାଲିଟିରେ ସଟ୍ଡାଉନ୍ ଲାଗୁ ହେବ ନାହିଁ । କିନ୍ତୁ ଏହା ଜିଲ୍ଲାର ଗ୍ରାମାଞ୍ଚଳରେ ଶନିବାର ଓ ରବିବାର ସଟ୍ଡାଉନ୍ ନିୟମ ଲାଗୁ ରହିବ ।