ବାଙ୍କୀ : ସାରା ବିଶ୍ଵ ଆଜି ସଙ୍କଟରେ । ମହାମାରୀ କରୋନା ଠାରୁ ରକ୍ଷା ପାଇବା ପାଇଁ ଚାଲିଛି ଅହରହ ସଂଗ୍ରାମ । ଏଭଳି ପରିସ୍ଥିତି ରେ ପୁଲିସ, ପ୍ରଶାସନ, ସ୍ୱାସ୍ଥ୍ୟ କର୍ମଚାରୀ ତଥା ଗଣମାଧ୍ୟମର ପ୍ରତିନିଧି ମାନେ ବାସ୍ତବ ରେ କରୋନା ସହ ଲଢେଇ କରି ଆଗ ଧାଡିର ଜଣେ ଜଣେ କରୋନା ଯୋଦ୍ଧା ପାଲଟିଛନ୍ତି । ଅନ୍ୟପଟରେ ବିଭିନ୍ନ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତା ତଥା ସମାଜସେବୀ ମାନେ ମଧ୍ୟ ଏହି କରୋନା ଯୋଦ୍ଧ ତାଲିକା ରୁ ବାଦ୍ ପଡ଼ିନାହାଁନ୍ତି । ସେମାନଙ୍କୁ ଆଉ ଟିକେ ଉତ୍ସାହିତ କରିବା ପାଇଁ ଆହ୍ୱାନ ଟିଭି ଆରମ୍ଭ କରିଛି ଅଭିନବ ପ୍ରୟାସ ।
ପ୍ରଥମ ପର୍ଯ୍ୟାୟରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ , ପୂର୍ବତନ ବିଧାୟକ ଡ଼ଃ ଦେବାଶିଷ ପଟ୍ଟନାୟକ, ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା, ବ୍ଲକ୍ ଉନ୍ନୟନ ଅଧିକାରି ଶ୍ରୀଯୁକ୍ତ ପ୍ରଭାତ କୁମାର ସାହୁ, ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ରଥ, ଉପଖଣ୍ଡ ସ୍ତରୀୟ ପୁଲିସ ଅଧିକାରି ପ୍ରସନ୍ନ କୁମାର ବିଶ୍ୱାଳ, ଭାରାପ୍ରାପ୍ତ ପୁଲିସ ଅଧିକାରି ସମୀର କୁମାର ପଣ୍ଡା, ସମାଜସେବୀ ସତ୍ୟନାରାୟଣ ସାମନ୍ତଙ୍କୁ ଆହ୍ୱାନ ଟିଭି ପକ୍ଷରୁ ଅଜୟ ପଣ୍ଡା ଓ ମନୋରଞ୍ଜନ ପଣ୍ଡା କରୋନା ଯୋଦ୍ଧା ଭାବେ ଉପଢ଼ୌକନ ଏବଂ ମାନପତ୍ର ଦେଇ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ
ତେବେ ଆହ୍ୱାନ ଟିଭିର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳ ରେ ପ୍ରଶଂସା କରାଯାଇଛି । ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଆହ୍ୱାନ ଟିଭି ପକ୍ଷରୁ ନିଷ୍ପତି ନିଆଯାଇଛି ।