ଖୋର୍ଦ୍ଧା : ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଯୁବ ସଂଗଠନ ଆନୁକୁଲ୍ୟରେ ଇଦ୍ ଉପଲକ୍ଷେ ସରକାରୀ ଚିକିତ୍ସାଳୟ ଗ୍ରାଉଣ୍ଡ ଠାରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟ ଖେଳା ଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଂଟରେ ମୋଟ ୧୨ ଗୋଟି ଦଳ ଭାଗନେଇଥିଲେ । ପ୍ରତ୍ୟେକ ଦଳାରୁ ସାତ ସାତଟି ଖେଳାଳି ବିଶିଷ୍ଟ ଏଖେଳରେ ଭାଗନେଇଥିବାର ଦେଖିବାକୁ ମିଳିଥିଲା । ମୁଖ୍ୟଅତିଥି ଭାବେ କେରଙ୍ଗ ଜଇତୁନ ନିସା ନୋଡ଼ାଲ ହାଇସ୍କୁଲର ପୂର୍ବତନ ଖେଳ ଅଧ୍ୟାପକ ଶ୍ରୀନନ୍ଦ କିଶୋର କର ଯୋଗ ଦେଇଥିଲେ ।
୧୨ ଗୋଟି ଦଳ ମଧ୍ୟରୁ ଫାଇନାଲ କେରଙ୍ଗ ଅହମଦୀୟା ମୁସଲିମ ବି. ଦଳ ସହ କେରଙ୍ଗ ଏକାଡ଼େମି ଖେଳାଯାଇଥିଲା । ଦୁଇ ଦଳ ଖେଳର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ ମାରି ପାରିନଥିଲେ । ପରିଶେଷରେ ଟ୍ରାଇବେକରର ସହାୟତା ନିଆ ଯାଇଥିଲା । କେରଙ୍ଗ ଅହମଦୀୟ ମୁସଲିମ ବି. ଦଳ ୩-୨ ଗୋଲ ବ୍ୟବଧାନରେ ମ୍ୟାଚ୍ ବିଜୟୀ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ କେରଙ୍ଗ ଯୁବ ସେବା ସଂଗଂନର ସଭାପତି ସେକ ହବିବ, ଶୋଏବ ଅହମଦ, ମୌଲାନା ଇଫତେଖାର ଅହମଦ ଏବଂ ମୌଲାନା ଫଜଲ ହକ ଖାନ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଖେଳଟିକୁ କେରଙ୍ଗ ଅହମଦୀୟା ସ୍ପୋଟସ୍ କ୍ଲବର ପୂର୍ବତନ ଖେଳାଳି ସଗିର ଅହମଦ ପରିଚାଳନା କରୁଥିବା ବେଳେ ତାଙ୍କ ସହ ଅମିର ଅହମଦ , ଅମଜାଦ ଏହେସାନ ଲାଇନ୍ସ ମ୍ୟାନ ଦାୟିତ୍ୱ ଭାର ତୁଲାଇ ଥିଲେ । ମହମ୍ମଦ ନଇମ ଏବଂ ସଉକତ ଅହମଦ ପରିଚାଳନା କମିଟି ସହ ବହୁତ ସାହାଯ୍ୟ ଓ ସହଯୋଗ କରିଥିଲେ ।
