Odia News Portal

ଜୁଆ ଆଡ୍ଡା ଉପରେ ଚଢାଉ, ୧୦ ଗିରଫ

ଦିଗପହଣ୍ଡି : କୋଭିଡ଼ ୧୯ ପାଇଁ ଚାରିଆଡେ ସଟଡ଼ାଉନ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଦିଗପହଣ୍ଡି ରାଣୀ ସାହି ରେ ବହୁଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ୧୦ ଜୁଆଡ଼ି ଙ୍କୁ ଗିରଫ କରିଥିବା ଜଣାପଡିଛି।

ରାଣୀ ସାହିର ତ୍ରିନାଥ ନାୟକଙ୍କ ଘରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ସଦଳବଳେ ଚଢାଉ କରିଥିଲେ। ସେଠାରୁ ୧୮,୧୨୦ ଟଙ୍କା ଓ ତାସ ମୁଠା ଜବତ କରାଯିବା ସହ ଥାନା ମାମଲା ନଂ.୧୩୨/୨୦   ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।