Odia News Portal

ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା

କାମାକ୍ଷାନଗର : ବିରାଶାଳ ଏୟାର ଷ୍ଟ୍ରିପରେ ଦୁର୍ଘଟଣା । ଉଡ଼ାଣ ଭରୁଥିବା ବେଳେ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି । ଫଳରେ ବିମାନରେ ଥିବା ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିଲେ । ମୃତକ ଦୁଇଜଣ ହେଲେ ପ୍ରଶିକ୍ଷକ ସନ୍ଦିପ ଝା ଓ ଛାତ୍ରୀ ମନିଷ ଖତ୍ରି ।

ଉଭୟ ପାଇଲଟଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ତେବେ କେଉଁ କାରଣରୁ ପ୍ରଶିକ୍ଷଣ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଅସ୍ପଷ୍ଟ ରହିଛି ।