Odia News Portal

ରାସନ କାର୍ଡ ନାହିଁ କି ? ଆପଣ ମୋବାଇଲରେ ଅତି ସହଜରେ ବନାଇପାରିବେ, ଆସନ୍ତୁ ଜାଣିବା

ଆଧାର ଏବଂ ପାନ୍ କାର୍ଡ ପରି ରାସନ କାର୍ଡ ମଧ୍ୟ ଦେଶର ନାଗରିକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଏହି କାର୍ଡ ସାହାଯ୍ୟରେ ଗୋଟିଏ ପଟେ ସାଧାରଣ ଜନତାଙ୍କୁ ରାସନ ମିଳୁଥିବା ବେଳେ ଅନ୍ୟପକ୍ଷରେ ଏହା ଏକ ପରିଚୟ ପତ୍ର ଭାବେ ମଧ୍ୟ କାମ କରେ । ସରକାର ‘ୱାନ ନେସନ ୱାନ କାର୍ଡ’ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ ଯେକୌଣସି ରାଜ୍ୟର ରେସନ କାର୍ଡ ଧାରକ ଦେଶର ଯେକୌଣସି କୋଣରୁ ରାସନ ନେଇପାରିବେ । ଏପରିସ୍ଥଳେ ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡ ତିଆରି କରିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କହିବୁ କିପରି ଆପଣ ମୋବାଇଲରେ ଆପଣ ଅତି ସହଜରେ ରାସନ କାର୍ଡ ବନାଇପାରିବେ ।

ଯଦି ଆପଣଙ୍କ ପାଖରେ ଏପର୍ଯ୍ୟନ୍ତ ରାସନ କାର୍ଡ ନାହିଁ ତାହେଲେ ଆପଣ ଘରେ ବସି ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ସମସ୍ତ ରାଜ୍ୟ ତରଫରୁ ୱେବସାଇଟ୍ ଆରମ୍ଭ କରାଯାଇଛି । ଆପଣ ଯେଉଁ ରାଜ୍ୟର ମୂଳ ନିବାସୀ ହୋଇଥିବେ ତାର ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ରାସନ କାର୍ଡ ଦୁଇ ପ୍ରକାରର ହୋଇଥାଏ । ଗୋଟିଏ BPL ଏବଂ ଅନ୍ୟଟି ବିନା BPL । ନିଜର ଆୟ ଅନୁଯାୟୀ ଆପଣଙ୍କୁ କେଉଁ ରାସନ କାର୍ଡ ପାଇଁ ଆବେଦନ କରିବାକୁ ପଡିବ ତାହା ବାଛିପାରିବେ । ଏଥିପାଇଁ ଆପଣଙ୍କୁ ସର୍ବ ପ୍ରଥମେ ନିଜ ନିଜ ରାଜ୍ୟର ଅଫିସିଆଲ୍ ସାଇଟକୁ ଯିବାକୁ ପଡିବ । ରାସନ କାର୍ଡ ବନାଇବା ପାଇଁ ଆଇଡି ପ୍ରୁଫ ଭାବେ ଆଧାର କାର୍ଡ, ଭୋଟର ID, ପାସପୋର୍ଟ ଦିଆଯାଇପାରେ । ଯଦି ଆପଣଙ୍କ ପାଖରେ ଏହି କାର୍ଡ ନାହିଁ ତେବେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ଆଇ କାର୍ଡ ଯେପରିକି ହେଲଥ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଦେଇପାରିବେ । ରେସନ କାର୍ଡ ପାଇଁ ଆବେଦନ କରିବା ସମୟରେ ଆପଣଙ୍କୁ ୫୪୫ ଟଙ୍କା ଫି ଦେବାକୁ ପଡିବ। ଆପ୍ଲିକେସନ ସବମିଟ ହେବା ପରେ ଏହାକୁ ଫିଲ୍ଡ ଭେରିଫିକେସନ ପାଇଁ ପଠାଯାଇଥାଏ । ଏହାପରେ ଅଧିକାରୀ ଫର୍ମରେ ଭରା ଯାଇଥିବା ଥିବା ତଥ୍ୟକୁ ଯାଞ୍ଚକରି ଏହାକୁ ନିଶ୍ଚିତ କରନ୍ତି ।

ଆବେଦନ କରିବାର ୩୦ ଦିନ ମଧ୍ୟରେ ଏହି ଯାଞ୍ଚ ସମାପ୍ତ ହୋଇଥାଏ । ତଥ୍ୟ ଠିକ ଥିଲେ ୩୦ ଦିନ ମଧ୍ୟରେ ରାସନ କାର୍ଡ ଜାରି କରାଯାଇଥାଏ । ଏହା ବ୍ୟତୀତ ଆବେଦନକର୍ତ୍ତା ଚାହିଁଲେ ରାସନ କାର୍ଡ ପାଇଁ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଆପ୍ଲାଇ କରିପାରିବେ । ରାସନ କାର୍ଡ ପାଇଁ ସମସ୍ତ ରାଜ୍ୟରେ ପୋର୍ଟାଲ ରହିଛି ଯେଉଁଠାରେ ଆପଣ ଆବେଦନ କରିପାରିବେ । ସାରା ଦେଶରେ ସରକାରଙ୍କ ତରଫରୁ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ରାସନ ଦିଆଯାଉଛି । ଏହାସହିତ ସରକାର ଏପ୍ରିଲ, ମେ, ଜୁନ୍ ତିନିମାସ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ରାସନ ପ୍ରଦାନ କରୁଛନ୍ତି ।