Odia News Portal

ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ

ଯାଜପୁର : ନଦୀରେ ବୁଡି ପ୍ରାଣ ହରାଇଲେ ବିଏସଏଫ ଯବାନ। ମୃତ ଯବାନ ହେଲେ ବରୀ ବ୍ଲକ ଧାରପୁର ଅଞ୍ଚଳର ବିକାଶ ପଣ୍ଡା। ବଡ଼ଚଣା ବ୍ଲକ ବାଲିକୁଦା ନିକଟ ଗେଙ୍ଗୁଟି ନଦୀକୁ ଦୁଇଜଣ ବନ୍ଧୁଙ୍କ ସହ ସେ ଆଜି ଗାଧୋଇ ଯାଇଥିବା ସମୟରେ ଅସାବଧାନତାବଶତଃ ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ବହୁ ଖୋଜାଖୋଜି କରିବା ପରେ ବିକାଶଙ୍କ ସନ୍ଧାନ ପାଇନଥିଲେ।

ତେବେ ଅପରାହ୍ନ ସମୟରେ ଗାଧୋଉଥିବା ସ୍ଥାନ ଠାରୁ ୫କିମି ଦୂର କମ୍ପଗଡ଼ ନିକଟ ବେଣୀପୁର ପୋଲ ନିକଟରୁ ବିକାଶଙ୍କୁ ଉଦ୍ଧାର କରାଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ବରୀ-ରାମଚନ୍ଦ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଯବାନ ବିକାଶ ମାଲକାନାଗିରି ଠାରେ ବିଏସଏଫ ଭାବେ କାର୍ଯ୍ୟରତ ଥିଲେ। ଲକଡାଉନ ସମୟରେ ଘରକୁ ଆସି ଫେରି ପାରିନଥିଲେ। ତାଙ୍କର ଅକାଳ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।