Odia News Portal

ଅର୍ଥାଭାବରୁ ସୁପରକାର୍ ରେସରରୁ ସାଜିଲେ ବ୍ଲୁ ଫିଲ୍ମ ନାୟିକା

ମେଲବୋର୍ଣ୍ଣ : ଯେମିତି ଜଳ ବିହୁନେ ସୃଷ୍ଟି ନାଶ , ଅର୍ଥ ବିହୁନେ ଜୀବନ କଷ୍ଟ । ଏମିତି ଏକ ଉଦାହରଣ  ଦେଖିବାକୁ ମିଳିଛି । ଜଣେ ମହିଳା  ପୂର୍ବତନ  ସୁପରକାର୍ ରେସର ପାଲଟି ଯାଇଛନ୍ତି ଭିନ୍ନ ଦୁନିଆର ମଣିଷ । ଯେଉଁଠି ଥରେ ପାଦ ଦେଲେ ଆଉ ଫେରିବା କଷ୍ଟ ହୋଇଯାଏ । ନିଜର ନାମ ଓ ପରିଚୟରେ ଦାଗ ଲାଗିଯାଏ । କିନ୍ତୁ ଏପଟେ ସେ  ଭାବି ଚିନ୍ତି ଏମିତି ବାଟର ପଥିକ ସାଜିଛନ୍ତି ।

ପୂର୍ବତନ ସୁପରକାର୍‌ ରେସ୍‌ର ରିନୀ ଗ୍ରେସି  ଯାହାଙ୍କ ନାଁ ଆଜି ଜଣେ ସୁପରକାର୍‌ ରେସରଭାବେ ନୁହେଁ ପର୍ଣ୍ଣ ଷ୍ଟାର ଭାବେ ବେଶୀ ପରିଚିତ ଦେଇଛି । ତାଙ୍କର ଏହି ନିଷ୍ପତ୍ତି ସମଗ୍ର ସ୍ପୋଟିଂ ମାହୋଲକୁ  ଚକିତ କରିଦେଇଛି ।  ମୋଟର ସ୍ପୋର୍ଟସକୁ ଛାଡ଼ି  ସେ ଆଡଲଟ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବାଛିନେଇଛନ୍ତି ନିଜର ଜୀବନ । ଆଉ ଏହାକୁ ନେଇ ସେ ଖୁଲମଖୁଲା ଜୀବନ ଜିଇଁଛନ୍ତି ।

କିନ୍ତୁ କାହିଁକି ? ହଠାତ୍‌ ଏମିତି ଏକ ଭଲ ପରିବେଶରୁ ନର୍କ ପରିବେଶକୁ ବାଛିବାର କାରଣ କଣ ?  ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ସ୍ୱାଭାବିକ । ଭି-୮ ସୁପରକାର୍‌ରେ ଫୁଲ୍‌ ଟାଇମ୍‌ ସଂପୂର୍ଣ୍ଣ କରିବାରେ ରିନୀ ଗ୍ରେସୀ ହେଉଛନ୍ତି  ପ୍ରଥମ ମହିଳା । ବ୍ରିସବେନ୍‌ରେ ଜନ୍ମିତ ଗ୍ରେସୀ ଏତ ସାକ୍ଷାତ୍‌କାରରେ ଏହି କଥାର ଖୁଲାସା କରି କହିଛନ୍ତି ଯେ,  ସେ କେବଳ ଅର୍ଥ ପାଇଁ ପର୍ଣ୍ଣୋଗ୍ରାଫିକୁ ଆପଣେଇଛନ୍ତି । ଆଜି ଏହା ତାଙ୍କ ପାଇଁ ସବୁଠୁ ଉତ୍ତମ ନିଷ୍ପତ୍ତି ବୋଲି ସେ ବିନା ଦ୍ୱିଧାରେ କହିଛନ୍ତି ।

ଗ୍ରେସୀ କୁହନ୍ତି , ମୁଁ ମୋର ଜୀବନ ଦେଇ ଚେଷ୍ଟା କରିଥିଲି , ହେଲେ ନା ଏହାର ଫଳ ପାଇଲି , ନା ଅର୍ଥ । ଗୋଟେ ସମୟ ଆସିଲା ମୋର ସବୁ ସ୍ୱପ୍ନ ଅଦୃଶ୍ୟ ହୋଇଗଲା । ମୋ ସମଗ୍ର ଜୀବନରେ ଏହା ବର୍ତ୍ତମାନ ଯାହା କରୁଛି ସବୁଠୁ ଭଲ କାମ କରୁଛି । ଯିଏ ମୋତେ  ଫାଇନାନ୍ସିଆଲ ପୋଜିସନ ଦେଇଛି । ମୁଁ କେବେ ସ୍ୱପ୍ନ ଦେଖିନଥିଲି । ଏହାକୁ ପ୍ରକୃତରେ ଉପଭୋଗ କରୁଛି ।

ରିନୀ ଗ୍ରେସୀ ସାକ୍ଷାତ୍‌କାର ଦେବା ପରଠାରୁ ତାଙ୍କୁ ଦେଖିଥିବା ଫ୍ୟାନ୍‌ ସାଇଟ୍‌  ୫୦୦୦ରୁ ଅଧିକ ବଢ଼ିଯାଇଛି ।  ଏହାକୁ ଗତ ସପ୍ତାହରେ  ପ୍ରସାରଣ କରାଯାଇଥିଲା। ଆଡଲ୍ଟ ସବସ୍କ୍ରିପସନ ୱେବସାଇଟ୍‌  onlyfans.comରେ ତାଙ୍କର ଫଟୋ ଓ ଭିଡ଼ିଓ ବିକ୍ରିରେ ରେକର୍ଡ କରିଛି । ପ୍ରତିମାସରେ ସେ ୯୦,୦୦୦ଡଲାରରୁ ଅଧିକ ଆୟ ହୋଇଛି ।

ସେ କୁହନ୍ତି , “କିଛି ଜିନିଷ ଲିକ୍‌ ହୋଇଯିବ ।  ଆଉ ଏହା କଣ୍ଟ୍ରୋଭର୍ସିଆଲ ହେବ । ମୁଁ ସବୁ ଜାଣେ । ସବୁ ରିସର୍ଚ୍ଚ କରି ମୁଁ ଏହି ନିଷ୍ପତ୍ତି ନେଇଛି ।“