Odia News Portal

ଆସନ୍ତୁ ଜାଣିବା, EPFO ସଦସ୍ୟଙ୍କୁ ମିଳୁଛି ୬ ଲକ୍ଷ ଟଙ୍କାର ବୀମା

ନୂଆଦିଲ୍ଲୀ : ଇପିଏଫ୍‌ଓ ବା ଭବିଷ୍ୟନିଧି ସଙ୍ଗଠନ ଏହାର ସଦସ୍ୟମାନଙ୍କୁ ଅନେକ ପ୍ରକାରର ସୁବିଧା ଦେଇଥାଏ । ଏଥିରେ ଏପରି ଏକ ସୁବିଧା ରହିଛି ଯାହା ବିଷୟରେ ଅନେକ ସଦସ୍ୟ ଜାଣି ନଥିବେ । ଏହାର ସଦସ୍ୟମାନଙ୍କୁ କଠିନ ପରିସ୍ଥିତି ଓ ପରିବାରର ଅନେକ ବଡ କାମରେ ସହାୟତା ମିଳିଥାଏ । ଏଥିରେ ସଦସ୍ୟମାନଙ୍କୁ ବୀମା ରାଶିର ସୁବିଧା ଦିଆଯାଇଛି । କର୍ମଚାରୀମାନଙ୍କୁ ୧୯୭୬ ମସିହାର ଏମ୍ପ୍ଲୋଇଜ୍‌ ଡିପୋଜିଟ୍‌ ଲିଙ୍କଡ୍‌ ଇନସ୍ୟୁରାନସ୍‌ ଦ୍ୱାରା ବୀମା ରାଶିର ସୁବିଧା ମିଳଥାଏ । ଏବେ ପ୍ରାୟ ୬ ଲକ୍ଷ ଟଙ୍କାର ଜୀବନ ବୀମା ଇପିଏଫ୍‌ଓ ର ସଦସ୍ୟମାନଙ୍କୁ ମିଳୁଛି।

ଏମ୍ପ୍ଲୋଇଜ୍‌ ଡିପୋଜିଟ୍‌ ଲିଙ୍କଡ୍‌ ଇନସ୍ୟୁରାନସ୍‌ ଅଧିନରେ କର୍ମଚାରୀମାନଙ୍କୁ ମିଳୁଥିବା ବୀମା ଏମାନଙ୍କୁ ରୋଗ, ରୋଗରେ ଖର୍ଚ୍ଚ ହେଉଥିବା ଔଷଧ , ଦୁର୍ଘଟଣା ଓ ସ୍ୱାଭାବିକ ମୃତ୍ୟରେ ଦିଆଯାଇଥାଏ । ଏହି ସୁବିଧା ସେହି ଲୋକମାନଙ୍କୁ ମିଳିଥାଏ ଯେଉଁମାନେ ମୃତ୍ୟୁର ୧୨ ମାସ ପୂର୍ବରୁ ଏକାଧିକ କମ୍ପାନୀରେ କାମ କରିଥାଆନ୍ତି। କର୍ମଚାରୀଙ୍କ ପରିବାର ଲୋକଙ୍କୁ ଏହି ବୀମା ରାଶି ମିଳଥାଏ ।

ଅର୍ଗାନାଇଜ଼୍‌ଡ୍‌ ସେକ୍ଟରରେ କାମ କରୁଥିବା ଲୋକମାନଙ୍କୁ ଦରମାର ୧୨ ପ୍ରତିଶତ ଇପିଏଫ୍‌ରେ ଜମା କରାଯାଏ । ନିଯୁକ୍ତିଦାତା ବି ୧୨ ପ୍ରତିଶତ ଟଙ୍କା ଦେଇ ଥାଆନ୍ତି। ଏଥିରୁ ୮.୩୩ ପ୍ରତିଶତ ପେନସନ୍ ଫଣ୍ଡକୁ ଯାଇଥାଏ । ବୀମାର ପ୍ରିମିୟମ ରାଶି ୦.୫୦ ପ୍ରତିଶତ ସଦସ୍ୟଙ୍କର ବେସିକ୍‌ ସାଲାରି ବା ମୂଳ ଦରମାର ହୋଇଥାଏ ।

ଏହି ବୀମା ରାଶି କର୍ମଚାରୀଙ୍କ ମୃତ୍ୟୁପରେ ଦିଆଯାଇଥାଏ । ସମ୍ପୃକ୍ତ କର୍ମଚାରୀଙ୍କ ପରିବାର ଲୋକ କର୍ମଚାରୀଙ୍କ ମୃତ୍ୟୁ ପରେ ମୃତ୍ୟୁ ପ୍ରମାଣ ପତ୍ର ସହ ତାଙ୍କର ନୋମିନି ବା ଅଭିଭାବକ ଯିଏ ଥିବେ ତାଙ୍କର ପ୍ରମାଣ ପତ୍ର ଦେବା ପାଇଁ ପଡିବ । ଏହା ସହ ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ସହ ଏକ ସତ୍ୟପାଠ ଦେବା ପାଇଁ ପଡିଥାଏ ।