Odia News Portal

କଥା ଦେଇ କଥା ରଖିଲେ ଉତ୍ତର ବିଧାୟକ

ଭୁବନେଶ୍ୱର : ଭୁବନେଶ୍ୱର ଦୁଇ ଦିନ ତଳେ ଝରଣା ବସ୍ତିରେ ଜେମା ନାମ ଝିଅର ୧୦ ଟି ଟିଉମର ଅପରେସନ କରିବା ପାଇଁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ କଥା ଦେଇଥିଲେ । ଆଜି ତାର କଥା ରଖିଛନ୍ତି। ସୂଚନା ଯୋଗ୍ୟ ମଞ୍ଚେଶ୍ୱର ଶିଳ୍ପାଂଚଳର ଝରଣା ବସ୍ତିର ବାପା ମା ଛେଉଣ୍ଡ ଜେମା ନାମୀ ଝିଅର ୧୦ ଟି ଟିଉମର ହୋଇଥିଲା । ଅପରେସନ ପାଇଁ ଅର୍ଥ ସାଜିଥିଲା ବାଧକ ।

ସାଙ୍ଗେ ସାଙ୍ଗେ ଖବର ପାଇ ବିଧାୟକ ସୁଶାନ୍ତ ରାଉତ ପହଁଚି କଥାଦେଇଥିଲେ ନିଜେ ନେଇ ତାଙ୍କର ମେଡିକାଲରେ ଅପରେସନ କରିବା ପାଈଁ । ଦୁଇଦିନ ନହଉଣୁ ତାଙ୍କ କଥା ରଖିଛନ୍ତି ପ୍ରିୟ ବିଧାୟକ । ଆଜି ନିଜେ ମେଡିକାଲରେ ପହଁଚି ତାଙ୍କୁ ଆଡିମିସନ୍ କରି ଅପରେସନ କରିବା ପାଈଁ ସାହାଯ୍ୟ କରିଛନ୍ତି । ପୁଣି ବିଧାୟକ ନିଜର ଲୋକୋ ପ୍ରିୟ ହାସଲ କରିଛନ୍ତି ।