ଭୁବନେଶ୍ୱର : ନୂଆପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଓ ନୂଆପଲ୍ଲୀ ଯୁବ ପରିଷଦ ତରଫରୁ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ଠାରେ ଭୁବନେଶ୍ୱରର ନବ ନିର୍ବାଚିତ ବିଧାୟକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଥିଲା , ପ୍ରଥମେ ମନ୍ଦିର ପ୍ରାଙ୍ଗଣରେ ବିଧାୟକ ଓ ଅନେକ ବୟୋଜ୍ୟେଷ୍ଠ ଗ୍ରାମ ବାସିନ୍ଦାଙ୍କ ଦ୍ୱାରା ସମୂହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଶେଷରେ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ,
ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମହୋଦୟଙ୍କୁ ଗ୍ରାମ କମିଟିର ସଭାପତି ବିଶ୍ୱନାଥ ଜେନା ଏବଂ ସମ୍ପାଦକ ଯୁଧିଷ୍ଠିର ଛୋଟରାୟ ଉତ୍ତରୀ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ , ବିଜୟୀ ବିଧାୟକ ମାନେ ତାଙ୍କ ଅଭିଭାଷଣରେ ରାଜଧାନୀର ବିକାଶ ସହ ସମସ୍ତ ପୁରାତନ ଗ୍ରାମର ଐତିହ୍ୟ କୀର୍ତିରାଜିର ସୁରକ୍ଷା ସହ ନିଜ ଅଞ୍ଚଳର ବିକାଶ ଓ ପ୍ରଗତିରେ ସମସ୍ତେ ସାମିଲ ହୋଇ ମୋ ଗାଁର ଉନ୍ନତି ଉପରେ ଆଲୋକପାତ କରିଥିଲେ ,
ଏହି କାର୍ଯ୍ୟକ୍ରମକୁ ପୂର୍ବତନ କର୍ପୋରେଟର ନିଖିଳ କୁମାର ବଳବନ୍ତରାୟ ଆୟୋଜନ କରିବା ସହ ଦୁଇ ପୂର୍ବତନ କର୍ପୋରେଟର ରମାନାଥ ସାମନ୍ତରାୟ ନବ କିଶୋର ବେହେରାଙ୍କ ସମେତ ଶରତ ରାଉତ ସ୍ଥାନୀୟ ବାସିନ୍ଦା ସ୍ବେଚ୍ଛାସେବୀ ଅର୍ଜୁନ ବେହେରା ମିଲନ କୁମାର ପାଇକରାୟ ଯୁବ ପରିଷଦର ସମ୍ପାଦକ ଦୀପକ ପଟ୍ଟନାୟକ ସମସ୍ତ ଯୁବ ସଦସ୍ୟ ଗ୍ରାମ କମିଟିର ଅନେକ ବୟୋବୃଦ୍ଧ ଗୁରୁଜନ ଅନେକ ମହିଳା ଉପସ୍ଥିତ ଥିଲେ , ଜଲିଲ ଖାନ ସ୍ୱାଗତ ଭାଷଣ ଦେବାସହ ମଞ୍ଚକୁ ପରିଚାଳନା କରି ଧନ୍ୟବାଦ ଅର୍ପଣ କରିଥିଲେ ।