ଭୁବନେଶ୍ବର : ପ୍ରଥମେ ସମର୍ଥନର ଘୋଷଣା, ଆଉ ଏବେ ଶସ୍ତା ରାଜନୀତି ପାଇଁ ସରକାରଙ୍କ ଗୋହୀ ଖୋଳିବାକୁ ଉଦ୍ୟମ ।ରାଜ୍ୟରେ ବିରୋଧୀ ଦଳ ଓ କିଛି ପରପୀଡ଼ନକାରୀ କରୋନା ଯୁଦ୍ଧ ସମୟରେ ଏଭଳି ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି । କରୋନା ଲଢେଇରେ ସରକାର ନିଜର କଳ ବଳ କୌଶଳ ସବୁ କିଛି ବାଜିରେ ଲଗେଇ ଦେଇଥିବା ବେଳେ ଯୁଦ୍ଧର ଘଡିସନ୍ଧି ମୁହୂର୍ତ୍ତରେ ଭଙ୍ଗୁଆଳୀ ସାଜୁଛନ୍ତି ଏହି ବିରୋଧୀ ଓ ପରପୀଡ଼ନକାରୀମାନେ । ଏମାନେ କିଛି ବ୍ୟବସାୟୀଙ୍କ
ଏଜେଣ୍ଟ ସାଜିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଯେଉଁଠି ରାଜ୍ୟ ସରକାର ପାଖାପାଖି ୧୭ଶହ କୋଟି ଟଙ୍କା କୋଭିଡ ମୁକାବିଲାରେ ଖର୍ଚ୍ଚ କରୁଛନ୍ତି, ସେଠି ୪ କୋଟି ଟଙ୍କା ମାସ୍କ କିଣାରେ ଦୁର୍ନୀତି ହୋଇଥିବା କଥା ଉଠାଇ ଯୋଦ୍ଧାଙ୍କ ମନୋବଳକୁ ଦୋହଲାଇଦେଉଛନ୍ତି । ପ୍ରଶ୍ନ ଉଠୁଛି ସରକାର କାହା ସହ ଲଢିବେ ? କରୋନା ନା ବିରୋଧୀ ନା ଏହି ସେଟିଙ୍ଗବାଜ୍ ପରପୀଡ଼ନକାରୀଙ୍କ ସହ ? ସରକାର ବି ରାଜନୀତିର କାଦୁଅ ପାଣିକୁ ଗୋଡ କାଢିବେ ନା ଜୀବନନୀତିକୁ ଆପଣେଇବେ ? ଯେଉଁ ସମୟରେ ସାରା ଦେଶ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକରଣ ଖୋଜୁଥିଲା, ସେତେବେଳେ ଦାୟିତ୍ୱରେ ଥିବା ଅଧିକାରୀମାନେ ବହୁ ସଂଘର୍ଷ କରି ସେସବୁ ସଂଗ୍ରହ କରିଥିଲେ ।
ଅର୍ଥଶାସ୍ତ୍ର ଅନୁଯାୟୀ ସବୁବେଳେ ଚାହିଦା ଓ ଯୋଗାଣ ଉପରେ ଦର ନିର୍ଭର କରିଥାଏ । ସେହିଦୃଷ୍ଟିରୁ ରାଜ୍ୟର ଆବଶ୍ୟକତା ଅଧିକ ଥିବା ବେଳେ ଯୋଗାଣ କମ ରହିଥିଲା । ତେଣୁ ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସରକାର ବାଧ୍ୟ ହୋଇ ବଜାର ଦର ଠାରୁ ଅଧିକ ଅର୍ଥ ଦେଇ ମାସ୍ସ କ୍ରୟ କରିଥିଲେ । କରୋନା ମୁକାବିଲାର ପ୍ରାରମ୍ଭିକ ସ୍ଥିତି ସହ ଯିଏ ସାମିଲ ହୋଇଥିଲେ କିମ୍ବା ଏବେ ବି ସାଧାରଣ ଲୋକଙ୍କ ସହ ନାହାଁନ୍ତି, ସେଇମାନେ ହିଁ ଏଭଳି ହୀନ ରାଜନୀତି କରିପାରିବେ । ପ୍ରାରମ୍ଭିକ ସମୟରେ ଲୋକଙ୍କୁ ବଜାରରେ ମାସ୍କ ଖଣ୍ଡେ ମିଳୁନଥିଲା, ସାନିଟାଇଜର ପାଇଁ ମେଡିସିନ ଷ୍ଟୋରକୁ ଦୌଡି ଦୌଡି ନୟାନ୍ତ ହେଉଥିଲେ ଲୋକେ । ଏପରିକି ଗୋଟେ ସମୟରେ ବଜାରରେ ଡେଟଲର ମଧ୍ୟ ଅଭାବ ଦେଖାଦେଇଥିଲା । ଏପରି ଏକ ସମୟରେ ସରକାର ଯଦି ଯୋଦ୍ଧାଙ୍କ ସୁରକ୍ଷା ପାଇଁ ଅଧିକ ଦରରେ ମାସ୍କ କ୍ରୟ କଲେ ସେଥିରେ ବିରୋଧୀ ସରକାରଙ୍କୁ ସାବାସୀ ଦେବା ପରିବର୍ତ୍ତେ ୪ କୋଟି ଟଙ୍କାର ସେୟାର ଖୋଜୁଛନ୍ତି । ବିରୋଧୀଙ୍କ ଏଭଳି
ରଣନୀତିକୁ ବିରୋଧୀ ଓ ଏହିଭଳି ସେଟିଙ୍ଗବାଜ୍ ଲୋକଙ୍କ ରଣନୀତିକୁ ଲୋକେ ଭଲ ଭାବେ ବୁଝିସାରିଲେଣି । ଏଣୁ ସେମାନଙ୍କୁ କେବଳ ବୁଦ୍ଧିଜୀବୀ ନୁହଁନ୍ତି ଯୋଦ୍ଧାମାନେ ବି ସମାଲୋଚନା କରିବା ଆରମ୍ଭ କରିଛନ୍ତି । କରୋନା ଭୂତାଣୁ ଆଗରେ ଆମେରିକା, ଚାଇନା, ବ୍ରିଟେନ ଭଳି ପ୍ରତିପତିଶାଳୀ
ରାଷ୍ଟ୍ର ହାର ମାନିଛନ୍ତ ।
ଏଭଳି ଏକ ଅସ୍ୱାଭାବିକ ସ୍ଥିତିରେ ଅସ୍ୱାଭାବିକ ମୁକାବିଲାର ରଣନୀତି କରିଥିଲେ ଓଡିଶା ସରକାର । ଅନ୍ୟ ରାଜ୍ୟ ଚିନ୍ତା କରିବା ଆଗରୁ ରାଜ୍ୟ ସରକାର କରୋନା ଯୁଦ୍ଧ ପାଇଁ ଅଣ୍ଟାଭିଡିଥିଲେ । କୋଭିଡ ହସ୍ପିଟାଲ ଠାରୁ ଆରମ୍ଭ କରି ଟେଷ୍ଟିଂ ସୁବିଧାକୁ ବ୍ୟାପକ କରିବା ଯାଏଁ ଲମ୍ବା ଲଢେଇର ରଣନୀତି ହୋଇଥିଲା । ଏଭିତରେ ପ୍ରବାସୀ ଫେରିବା ଏବଂ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖିବାର ମଧ୍ୟ ବ୍ୟବସ୍ଥା ହୋଇଛି । ୬୭୯୮ ପଂଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ ଲକ୍ଷରୁ ଅଧିକ ବେଡ
ସୃଷ୍ଟି କରାଯାଇଛି । କୋଭିଡ ଯୁଦ୍ଧରେ ମୁଖ୍ୟ ସେନାଧ୍ୟକ୍ଷ
ହେଉଛନ୍ତି ଡାକ୍ତର, ନର୍ସ, ଅନ୍ୟ ସ୍ୱାସ୍ଥ୍ୟକର୍ମୀ ଓ ପାରାମେଡିକ୍ସ । ତେଣୁ ସେମାନଙ୍କ ସୁରକ୍ଷାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ଜୀବନ ରକ୍ଷା ଆଗରେ ସବୁକିଛି ଥିଲା ନଗନ୍ୟ । ଆଉ ଏଥିପାଇଁ ସବୁ ଅସମ୍ଭବ ସ୍ଥିତିର ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ । ଯେଉଁ ସମୟରେ ଓଡିଶାରେ ଦୈନିକ ମାତ୍ର ୧୦୦ଟି ନମୂନା ପରୀକ୍ଷଣ ହେଉଥିଲା ସେ ସମୟରେ ନୂଆ ଅତ୍ୟାଧୁନିକ କୋଭିଡ ଟେଷ୍ଟିଂ
ମେସିନ ଆଣି ତାକୁ ସ୍ଥାପିତ କରିବା ପାଇଁ ସ୍ୱତନ୍ତ୍ର
ପ୍ଲେନରେ ରାତାରାତି ଅଫିସରଙ୍କୁ ପଠାଯାଇଥିଲା । ଲୋକଙ୍କ ଜୀବନ ବଞ୍ଚାଇବାକୁ ଖର୍ଚ୍ଚ ବାଧକ ସାଜିବ ନାହିଁ ଏହା ଥିଲା ସରକାରଙ୍କ ମୋଟୋ । ଆଉ ସରକାର ଯାହା କରିଛନ୍ତି
ତାହା ସାଧାରଣ ଲୋକ ଓ କୋଭିଡ ଯୁଦ୍ଧରେ ନିୟୋଜିତ ହଜାର ହଜାର ଯୋଦ୍ଧାଙ୍କ ସୁରକ୍ଷା ପାଇଁ ।
ବୋଧହୁଏ ବିରୋଧୀ ଓ ତାଙ୍କ ସହ ହାତ ମିଳାଇଥିବା ପରପୀଡ଼ନକାରୀ ସେଟିଙ୍ଗବାଜ ସହ ସାଧାରଣ ଜନତା ଓ ଯୋଦ୍ଧାଙ୍କ ପ୍ରତି କାଣିଚାଏ ବି ସହୃଦୟତା ନାହିଁ । ଲଗାତାର୍ ତିନିମାସ ହେଲା ଚାଲିଛି କରୋନା ଯୁଦ୍ଧ । ଏବେ ଜୁନ ଯୁଦ୍ଧକୁ ଜିତିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେବେ ଭାରତ ଖୋଲୁଛି ସେତେବେଳେ ଓଡ଼ିଶାରେ ପଡିଛି ତାଲା । ଗୋଟିଏ ଲକ୍ଷ୍ୟ, କରୋନାରେ ଯେପରି କାହାର ଜୀବନ ନ ଯାଉ । ଏ କାମରେ ଲାଗିଛି ପୁରା ଶାସନ କଳ । ହେଲେ ଶାସକ ଦଳକୁ ଟେନସନ୍ ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ଘନଘନ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଟାଗେର୍ଟ କରୁଛନ୍ତି ବିରୋଧୀ ଦୁଇ ବିରୋଧି ବିଜେପି ଓ କଂଗ୍ରେସ । କରୋନା ମହାମାରୀ ସମୟରେ ରାଜ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି ।