Odia News Portal

ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା

ଭୁବନେଶ୍ବର : ଅନ୍‌ଲାଇନ୍‌ରେ ହେବ ବିପିୟୁଟି ପରୀକ୍ଷା । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ହେବ ଅନ୍‌ଲାଇନ୍‌ ପରୀକ୍ଷା । ଯିଏ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେନି, ସେମାନେ ସ୍ଥିତି ସୁଧୁରିବା ପରେ କଲେଜ ଖୋଲିଲେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ ।

ବିପିୟୁଟି ଅଧିନରେ ଥିବା ଇଞ୍ଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟାର ପରୀକ୍ଷା ବାତିଲ୍‌ ହେବନି । ଏନେଇ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ସୂଚନା ଦେଇଛନ୍ତି ।