ନୂଆପଡା : ବ୍ୟାଙ୍କ ନଗଲେ ମଳିବନି ଟଙ୍କା। ଯେମିତି ହେଉ ଆକାଉଣ୍ଟ ଧାରୀଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ଆଣିଲେ ଯାଇ ଟଙ୍କା ମିଳିବ ବେଲି କହିଲେ ବ୍ୟାଙ୍କ ମ୍ୟାନେଜର। ପରେ ନିଜ ବୃଦ୍ଧା ଝିଅ ୧୨୦ ବର୍ଷର ମାକୁ ଖଟିଆରେ ଶୁଆଇ ବ୍ୟାଙ୍କଯାଏଁ ଘୋଷାରି ଘୋଷାରି ନେଲେ। ଏଘଟଣାଟି ହେଉଛି ନୂଆପଡା ଜିଲ୍ଲା ବରଗାଁ ଅଞ୍ଚଳରେ । ଏଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଏହି ୧୨୦ ବର୍ଷୀୟ ବୃଦ୍ଧାଙ୍କୁ ବ୍ୟାଙ୍କକୁ ଭେରିଫାଇ କରିବା ପାଇଁ ଡାକିଥିଲେ।
ଯେହେତୁ ଯାନ ବାହନର ସୁବିଧା ନଥିଲା ତେଣୁ ବୃଦ୍ଧାଙ୍କ ଜଣେ ବୟସ୍କ ଝିଅ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ଯାଏଁ ନେଇଥିଲେ। ଏହି ଘଟଣାକୁ ନେଇ କିଛି ବୁଦ୍ଧିଜୀବୀ ନିନ୍ଦା କରିବା ସହ କାହିଁକି ଏଭଳି କ୍ଷେତ୍ରରେ ଫିଲ୍ଡ ଅଫିସରଙ୍କ ପଠାଇ ବ୍ୟାଙ୍କ କାରବାର କରାଗଲା ନାହିଁ ପ୍ରଶ୍ନ କରିଛନ୍ତି। ସେପଟେ ବ୍ୟାଙ୍କ ମ୍ୟାନେଜର ବୃଦ୍ଧାଙ୍କ ବୟସ ବିଷୟରେ ଅବଗତ ନଥିବା କହିଛନ୍ତି।