ଭୁବନେଶ୍ବର : ରାଜ୍ୟରେ ଆଉ ୧୨୦ କରୋନା ଆକ୍ରାନ୍ତ ସୁସ୍ଥ । ଗଞ୍ଜାମରୁ ସର୍ବାଧିକ ୩୩ ଜଣ ଆରୋଗ୍ୟ ହୋଇଛନ୍ତି । ଗଜପତିରୁ ୧୮, ସୋନପୁରରୁ ୧୩, ବାଲେଶ୍ୱରରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୭, କଟକରୁ ୪, ଯାଜପୁର, ନୟାଗଡ଼ ଓ ନୂଆପଡ଼ରୁ ତିନି ଜଣ ଲେଖାଏ ଆରୋଗ୍ୟ ହୋଇଛନ୍ତି । ଢେଙ୍କନାଳ, ପୁରୀ ଓ ରାୟଗଡ଼ାରୁ ୨ ଜଣ ଓ କେନ୍ଦ୍ରାପଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ମୋଟ୍ ୨୫୯୪ ଜଣ ସୁସ୍ଥ ହୋଇ ସାରିଲେଣି ।