ପୂର୍ବତନ ପାକିସ୍ତାନ ଅଧିନାୟକ ସାହିଦ ଆଫ୍ରିଦି ହେଲେ କରୋନା ପଜିଟିଭ୍। ପଡିଆରେ ବୋଲରଙ୍କ ସହ ଲଢ଼େଇ କରୁଥିବା ସାହିଦ ଆଫ୍ରିଦି ଏବେ ମହାମାରୀ କରୋନା ଭାଇରସ ସହ ସଂଘର୍ଷ କରୁଛନ୍ତି।
ଏହାର ସୂଚନା ସେ ନିଜେ ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୁରୁବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା ଯାହାପରେ ସେ କୋଭିଡ ୧୯ ଟେଷ୍ଟ କରିଥିଲେ। ଆଉ ଦୁର୍ଭାଗ୍ୟବସତଃ ସେ କରୋନା ସଂକ୍ରମିତ ଥିବା ଜଣାପଡିଛି।