Odia News Portal

ଜାଳିଦେଲେ ଗୋଡି ବୋଝେଇ ହାଇୱା

ଆଳି : ଆଜି ସକାଳୁ କେନ୍ଦ୍ରାପଡା ଜିଲ୍ଲା ଆଳି ନୂଆବଜାରରେ ପାର୍କିଂ କରିଥିବା ଏକ ଗୋଡି ବୋଝେଇ ହାଇୱାକୁ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି।

ଫଳରେ ବଜାର ମଝିରେ ହାଇୱାଟି ହୁ ହୁ ହୋଇ ଜଳିଥିଲା। ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ଯ ହାଇୱାଟି ସମ୍ପୂର୍ଣ୍ଣ ଜଳିଯାଇଛି।