Odia News Portal

ସେକ୍ସ ଭିଡ଼ିଓ ଦେଖାଇ ନିଜ ଝିଅକୁ ବାପା କରୁଥିଲେ ଦୁଷ୍କର୍ମ

ମୁମ୍ୱାଇ : ବାପା ଡାକରେ ଯେତେ ପବିତ୍ରତା ଥାଏ , ତା ଆଉ କେଉଁଥିରେ ନଥାଏ । ସେ ସନ୍ତାନ ପାଇଁ ଆଶ୍ରା ଓ ଆଶା ସଦୃଶ୍ୟ । ଦୁନିଆରେ ତାଙ୍କ ପରିଚୟରେ ସନ୍ତାନଟିଏ ଦୁନିଆଁ ଦାଣ୍ଡରେ ନିଜକୁ ଦୃଢ଼ କରେ । ଆଉ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରେ । ଯଦି ସେହି ବାପା ସଇତାନ ହୋଇଯାଏ । ତାହେଲେ ବାପା ନାଁ ରେ କଳଙ୍କ ଲାଗିଯାଏ । ଏମିତି ଏକ ଖବର ସାମନାକୁ ଆସିଛି । ଯାହାକି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବି ପାରିବେନି ଜଣେ ବାପାଟିଏ ଏତେ ତଳକୁ ଖସି ଯାଇପାରେ ।

ନିଜ ଔରସରୁ ଜାତ ୧୭ ବର୍ଷିୟା ଝିଅକୁ ବାପା କରୁଛି ବ୍ଲାକ୍‌ମେଲିଂ ଆଉ ଦୁଷ୍କର୍ମ । ଏହାଠାରୁ ବଳି ଜଘନ୍ୟ ଅପରାଧ ଆଉ କଣ ଥାଇପାରେ । ବୟଫ୍ରେଣ୍ଡ ସହ ଝିଅର ସେକ୍ସ ଭିଡ଼ିଓ ଦେଖାଇ ବାପା ତାର ଯୌନ ଲାଳସାକୁ କରିଛି ଚରିତାର୍ଥ । ଏହି ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ସିଟି ପୁଲିସ୍‌ ଦ୍ୱାରା ଗିରଫ ହେବା ପରେ ଘଟଣାର ଚର୍ଚ୍ଚା ଆରମ୍ଭ ହୋଇଛି ।

ଘଟଣା ଥିଲା ଏମିତି –

୧୭ ବର୍ଷିୟା କୁନି ( ଛଦ୍ମନାମ ) ନାମକ ଏହି ଯୁବତୀଙ୍କ ଜଣେ କଲେଜ୍‌  ସାଙ୍ଗ କଲେଜ୍‌ ପ୍ରୋଜେକ୍ଟ ପାଇଁ ତାଙ୍କ ଘରକୁ ଆସିଥିଲେ । ପରେ ଯୁବତୀଙ୍କର ଅନିଚ୍ଛା ଓ ବାରଣ କରିବା ସତ୍ତ୍ୱେ ସେହି ପୁରୁଷ ବନ୍ଧୁ ଜଣଙ୍କ ତାଙ୍କ ସହ ଜୋରଜବରଦସ୍ତ ସେକ୍ସ କରିଥିଲେ । ତାପର ଦିନ କୁନିଙ୍କର ବାପା ତାଙ୍କୁ ସେହି ଯୁବକଙ୍କ ସହ ସେକ୍ସ କରିବା ଭିଡ଼ିଓ ଦେଖାଇଥିଲେ । ଆଉ ବ୍ଲାକ୍‌ ମେଲ୍‌ କରିବା ଆରମ୍ଭ କଲେ । ତାପର ଦିନ ସକାଳେ  କୁନିକୁ ଦୁଷ୍କର୍ମ କରିଥିଲେ ।

କୁନି ପୁଲିସ୍‌କୁ କହିଥିଲେ କି , ଧମକ ଦେଇ ତାଙ୍କ  ବାପା ତାଙ୍କୁ କହିଥିଲେ କି  ସେ ଯଦି କାହାକୁ କହିବେ ସେ ଏହି ଭିଡ଼ିଓ  ଅନଲାଇନ୍‌ରେ ସେୟାର କରିଦେବେ ଆଉ ତାଙ୍କ ମାଆଙ୍କୁ ଛାଡ଼ପତ୍ର ଦେଇଦେବେ । ଯେତେବେଳେ ଏହି ଘଟଣା ସାମନାକୁ ଆସିଲା ସେହି ବ୍ୟକ୍ତି ଜଣଙ୍କ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ । କିନ୍ତୁ POCSO ଆକ୍ଟ ତାଙ୍କ ଆବେଦନକୁ ଖାରଜ କରିଦେଲେ । ତାପରେ ସେ ଫେରାର ହୋଇଗଲେ ।

ଯୁବତୀଙ୍କୁ ଦୁଷ୍କର୍ମ କରିବା ନେଇ ସଂପୃକ୍ତ ପୁରୁଷ ବନ୍ଧୁକୁ ମଧ୍ୟ ଗିରଫ କରାଯାଇଥିଲା । କିନ୍ତୁ ତାଙ୍କର ଆଗୁଆ ଜାମିନ୍‌ ଆବେଦନକୁ କୋର୍ଟ ଦ୍ୱାରା ଗ୍ରହଣ କରାଯାଇଥିଲା । କାରଣ ଅଭିଯୋଗ ଯୁବତୀଙ୍କ ବାପାଙ୍କ ବିରୁଦ୍ଧରେ ଥିଲା ।