Odia News Portal

ଓଡ଼ିଶାରେ ମିତ୍ତଲ କରିବେ ୨ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର :  କୋଭିଡ ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶିଳ୍ପପତି ଏଲ୍‌ଏନ୍‌ ମିତ୍ତଲଙ୍କ ଭିତରେ ରାଜ୍ୟରେ ପୁଞ୍ଜିନିବେଶ ନେଇ ଭିଡିଓ କନଫରେନସିଙ୍ଗ ଜରିଆରେ ଆଲୋଚନା ହୋଇଛି ।

ଓଡ଼ିଶାରେ ମିତ୍ତଲ କରିବେ ୨ ହଜାର କୋଟିର ପୁଞ୍ଜି ନିବେଶ । ପାରାଦୀପ ପେଲେଟ୍‌ ପ୍ଲାଣ୍ଟର କ୍ଷମତା ୬ରୁ ୧୨ MTPA ବୃଦ୍ଧି କରିବା ସହ ଡାବୁନା ବେନିଫିକେଶନ ପ୍ଲାଣ୍ଟ ୫ରୁ ୧୬ MTPA ସଂପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଥିବାରୁ ଏହି ଦୁଇ ପ୍ରକଳ୍ପରେ ପ୍ରଥମ ପର୍ଯ୍ୟାୟରେ ନିବେଶ ହେବ ୨ ହଜାର କୋଟି ।

ଓଡ଼ିଶାରୁ ଉତ୍ପାଦିତ ଖଣିଜ ଦ୍ରବ୍ୟକୁ ହିଁ ଓଡିଶାରେ  ମୂଲ୍ୟଯୁକ୍ତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ଅଧିକ ନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୀତି ଅଭିବୃଦିଧି ହେବ ବୋଲି ନବୀନ କହିଛନ୍ତି । ଓଡିଶା ସରକାରଙ୍କ କୋଭିଡ ମୁକାବିଲାକୁ ମିତଲ ପ୍ରଶଂସା କରିଛନ୍ତି ।