ଭୁବନେଶ୍ବର : ରାଜ୍ୟରେ ଆଜି ସୁସ୍ଥ ହେଲେ ଆଉ ୧୧୪ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୩ଜଣ, ଗଞ୍ଜାମରୁ ୧୭ଜଣ, କଟକରୁ ୧୧ଜଣ ଆରୋଗ୍ୟ ହୋଇଛନ୍ତି ।
ସେହିପରି ମୟୂରଭଞ୍ଜରୁ ୧୦ଜଣ, ଗଜପତିରୁ ୮ଜଣ, ବରଗଡ଼ରୁ ୫ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ୪ଜଣ, ବଲାଙ୍ଗିରରୁ ୩ଜଣ ଆରୋଗ୍ୟ ଲାଭ କରିଛନ୍ତି। ସମ୍ବଲପୁର,କୋରାପୁଟ ଓ ବାଲେଶ୍ୱରରୁ ଜଣେ ଲେଖାଏ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୭୦୮ରେ ପହଞ୍ଚିଛି । ସୁସ୍ଥ ହେଲେ ୧୧୪ ।