Odia News Portal

ଲଗାତର ୯ ଦିନ ଧରି ବଢ଼ିଲା ପେଟ୍ରୋଲ-ଡିଜେଲ ଦର

କରୋନା ସଂକଟ ମଧ୍ୟରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେଉଛି। ଲଗାତର ୯ ଦିନ ଧରି ବଢ଼ିଲା ତୈଳ ଦର। କରୋନା ମହାମାରୀ ଏବଂ କରୋନା କଟକଟାରେ ଲୋକେ ଆର୍ଥିକ ସଂକଟ ଦେଇ ଗତି କରୁଥିବାବେଳେ ଏବେ ଚିନ୍ତା ବଢ଼ାଇଛି ତୈଳ ଦର। ଗତ ୯ ଦିନ ଧରି ବୃଦ୍ଧି ପାଉଛି ତୈଳ ଦର। ଆଜି ପେଟ୍ରୋଲ ପ୍ରତି ଲିଟର ପିଛା ୭୬ ପଇସା ଏବଂ ଡିଜେଲରେ ୭୨ ପଇସା ବଢ଼ିଛି। ଆଜି ଭୂବନେଶ୍ୱରରେ ୬୩ ପଇସା ବୃଦ୍ଧି ପାଇଛି ତୈଳ ଦର।

ଫଳରେ ରାଜଧାନୀରେ ପେଟ୍ରୋଲ ଲିଟର ପିଛା ୭୬ ଏବଂ ଡିଜେଲ ୭୨ ଟଙ୍କା ହୋଇଛି। କରୋନା କଟକଣା ଭିତରେ କ୍ରମାଗତ ୮୨ ଦିନ ଧରି ତେଲ କମ୍ପାନୀ ତୈଳ ବୃଦ୍ଧି କରିଚାଲିଛନ୍ତି। ଯାହା ଏହି କରୋନା ସଂକଟ ଭିତରେ ସାଧାରଣ ଜନତାଙ୍କ ଉପରେ ମହଙ୍ଗା ମାଡ ହେଉଛି।