ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଗତ ୨୪ଘଣ୍ଟା ମଧ୍ୟରେ ୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୧୨୭ ଛୁଇଁଥିବା ବେଳେ ୭୧ ଜଣ ସୁସ୍ଥ ହୋଇଛନ୍ତି। ୩ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୫୨ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
ଆଜି ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ୍ କ୍ବାରେଣ୍ଟାଇନ୍ରୁ ୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ ଜଣ ଚିହ୍ନଟ । ଚିନ୍ତାମଣୀଶ୍ବରର ବୁଦ୍ଧେଶ୍ବର ୩୧ ବର୍ଷୀୟ ପୁରୁଷ ଆକ୍ରାନ୍ତ ଦିଲ୍ଲୀ ଫେରନ୍ତା । ପଟିଆରେ ୪୧ ବର୍ଷୀୟ ପରୁଷ ଆକ୍ରାନ୍ ଚିହ୍ନଟ ହୋଇଛନ୍ତି। କିଛି ଦିନ ତଳେ ସାଉଦିଆରବ ଫେରିବା ପରେ ହୋମ୍ କ୍ବାରେଣ୍ଟାଇନ୍ରେ ଥିବା କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ଖଣ୍ଡଗିରି କୋଳଥିଆର ୨୬ ବର୍ଷୀୟ ପରୁଷ ଆକ୍ରାନ୍ତ କିଛି ଦିନ ତଳେ ପଶ୍ଚିମବଙ୍ଗ ଫେରିଥିଲେ।
ନୟାପଲ୍ଲୀ ବେହେରାସାହିର ୩୭ ବର୍ଷୀୟା ମହିଳା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ୨୮ ବର୍ଷୀୟା ମହିଳା ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଥିବା ବେଳେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି।