Odia News Portal

ଖଡ଼ିଆଳ : ନାବାଳିକାଙ୍କ ଅସଦାଚରଣ ଅଭିଯୋଗରେ ବାବା ଗିରଫ

ନୂଆପଡ଼ା : ପୁଣି ଜଣେ ବାବା ପୋଲିସ ହାତରେ ଗିରଫ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ନୂଆପଡ଼ା ଖଡ଼ିଆଳରେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ ହୋଇଛନ୍ତି । ନାବାଳିକାଙ୍କୁ ଭୂତ ଲାଗିଥିବା ସନ୍ଦେହ କରି ତାଙ୍କ ପରିବାର ଲୋକେ ବାବାଙ୍କୁ ଘରକୁ ଡ଼ାକିଥିଲେ । ପରେ ବାବା ଜଣକ ନାବାଳିକାଙ୍କ ଘରକୁ ଯାଇ ଔଷଧ ଖାଇବାକୁ ଦେଇଥିଲେ। ଏହା ପରେ ସେ ଘର ଭିତର ପଟୁ କବାଟ ବନ୍ଦ କରି ସେଠାରେ ବାବା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ନାବାଳିକା ଜଣକ ଚିତ୍କାର କରିଥିଲେ । ଫଳରେ ତାଙ୍କ ପରିବାର ଲୋକେ ଯାଇ ଦେଖିବା ପରେ ଅଚେତ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ପରେ ଖବର ପାଇ ପୋଲିସ ସେଇ ବାବାଙ୍କୁ ଗିରଫ କରିଛି ।  ଗିରଫ ଅଭିଯୁକ୍ତଙ୍କ ନାଁ ବସନ୍ତ କୁମାର ବାଗ ଓ ତାଙ୍କ ଘର ବଲାଙ୍ଗିର ସଦର ଥାନା  ଅନ୍ତର୍ଗତ ଘୁଟୁପାଲି ଗାଁରେ ବୋଲି ଜଣାପଡ଼ିଛି ।