Odia News Portal

ଭାରସାମ୍ଯ ହରାଇ ଗଛରେ ପିଟି ହେଲା ପେଟ୍ରୋଲ ଟ୍ଯାଙ୍କର

ଟିଟିଲାଗଡ :  ସଇଁତଳା ବ୍ଲକ ପିପଲୁଟ ଗ୍ରାମ ପାଖ NH ୨୬ରେ ଆଜି ସକାଳ ୫.୩୦ମିନିଟ୍ ସମୟରେ ବୋରିଗୁମାରୁ ସମ୍ବଲପୁର ଯାଉଥିବା ଏକ ପେଟ୍ରୋଲ ଟ୍ଯାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ମୁତବାକ ଡ୍ରାଇଭର ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା।

ଘଟଣାସ୍ଥଳରେ ଗାଡିର ହେଲପର ବସନ୍ତ କୁମାର ମାଝି (ବୟସ ୨୦)ର ମୃତ୍ୟୁ ହୋଇଛି। ମୃତ ହେଲପର ଜଣକ ଅନୁଗୁଳ ବୋଲି ଜଣା ପଡିଛନ୍ତି। ଖବର ପାଇ ବେଲଗାଁ ଫାଣ୍ଡି ଓ ସଇଁତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭର ପ୍ରଦୀପ କୁମାର ବାରିକକୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି।