ଭଦ୍ରକ : ସମ୍ପତି ପାଇଁ ବାପାଙ୍କୁ ନିର୍ଯ୍ୟାତନା ଦେଲେ ଦୁଇ ଝିଅ । ଝିଅ ମାନେ ବାପାଙ୍କୁ ଘରୁ ବାହାର କରିଦେବା ସହ ବିଭିନ୍ନ ପ୍ରକାର ଶାରୀରିକ, ମାନସିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଝିଅ ମାନଙ୍କ ଅତ୍ୟାଚାର ସହି ନ ପାରି ନ୍ୟାୟ ପାଇଁ ଶେଷରେ ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ନିର୍ଯ୍ୟାତନାର ଶିକାର ହୋଇଥିବା ବାପା ବସିଛନ୍ତି ।
ପ୍ରଥମେ ଭଣ୍ଡାରିପୋଖରୀ ଥାନା ରେ ଅଭିଯୋଗ କରିଲା ପରେ ନ୍ୟାୟ ନ ମିଳିବାରୁ, ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ବାପା । ଭଣ୍ଡାରିପୋଖରୀ ଥାନା ରହଣିଆ ପଞ୍ଚାୟତ ରାଢୋ ଗ୍ରାମର ମହେଶ୍ୱର ନାୟକ ଙ୍କ ତିନି ଝିଅ । ସେମାନେ ସମସ୍ତେ ବିବାହିତ ହୋଇଯାଇଥିବାରୁ ମହେଶ୍ୱର ଓ ତାଙ୍କ ସ୍ତ୍ରୀ ଉଭୟ ଘରେ ଏକୁଟିଆ ରହୁଥିଲେ । କିନ୍ତୁ ଏହି ପରିସ୍ଥିତି ରେ ଦୁଇ ଝିଅ ସବୁବେଳେ ବାପ ଘର କୁ ଆସି ସମ୍ପତି ପାଇଁ ବାପା ଙ୍କୁ ମାଡ ମାରିବା ସହ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଥାନ୍ତି ବୋଲି ବାପା ଅଭିଯୋଗ କରିଛନ୍ତି ।
ଏପରିକି ନିଜ ଘରେ ବାପାଙ୍କୁ ରଖି ନ ଦେଇ ତଡି ଦେଇଥିବା ଅଭିଯୋଗ ଆଣିଛନ୍ତି। ଝିଅ ଙ୍କ ନିର୍ଯ୍ୟାତନା ସହି ନପାରି ଶେଷରେ ବାପା ଭଣ୍ଡାରିପୋଖରୀ ଥାନା ର ଆଶ୍ରୟ ନେଇଥିଲେ । ଏନେଇ ଝିଅ ମାନେ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିଥିବାରୁ , ଭଣ୍ଡାରିପୋଖରୀ ଥାନାରେ ମହେଶ୍ୱର ଙ୍କ ପତ୍ନୀ ସୁମିତ୍ରା ୧୧ ତାରିଖରେ ଅଭିଯୋଗ କରିଥିଲେ । ଭଣ୍ଡାରିପୋଖରୀ ପୋଲିସ ସେମାନଙ୍କୁ ଠିକ ଭାବେ ନ୍ୟାୟ ପ୍ରଦାନ ନ କରି ଅଭିଯୋଗକାର ଙ୍କ ନାମ ରେ ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ କରିଛନ୍ତି ମହେଶ୍ୱର ନାୟକ ।
କିନ୍ତୁ ଅନ୍ୟପଟେ ଦୁଇ ଝିଅ ସମ୍ପତି ଲୋଭରେ ବାପା ଙ୍କୁ ମାଡ଼ ମାରିଥିବା ବେଳେ, ଆଉ ଗୋଟିଏ ଝିଅ ବାପା ଙ୍କୁ ନ୍ୟାୟ ମିଳିବା ନେଇ ଅଣ୍ଟା ଭିଡିଛନ୍ତି । ଭଣ୍ଡାରିପୋଖରୀ ଥାନା ରେ ନ୍ୟାୟ ନ ମିଳିବାରୁ, ମଝିଆ ଝିଅ ବାପା ମାଆ ଙ୍କୁ ନେଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଅଭିଯୁକ୍ତ ଙ୍କୁ ଦଣ୍ଡ ଦିଆଯିବା ସହ ବାପା ଙ୍କୁ ନ୍ୟାୟ ମିଳିବା ଦରକାର ବୋଲି କହିଛନ୍ତି ।