ପଟ୍ଟାମୁଣ୍ଡାଇ : ବିଭିନ୍ନ ସୋସିଆଲ୍ ମଡିଆ ଆପ୍ରେ ଭିଡିଓ ଉତ୍ତୋଳନ କରିବା ବେଳେ ଅସାବଧାନାତା ଯୋଗୁଁ ବିଭିନ୍ନ ଲୋକଙ୍କର ପ୍ରାଣ ଯାଉଛି । କେତେବେଳେ କିଏ ଗାଡିରୁ ପଡି ତ କେତେବେଳେ କିଏ ପାଣିରେ ବୁଡି ପ୍ରାଣ ହରାଉଛନ୍ତି।
ବେଳେ ବେଳେ ଏହି ଭିଡିଓ ସୁଟିଂ କରିବା ନିଶାରେ କିଏ ଛାତ କିମ୍ବା ଉଚ୍ଚାସ୍ଥାନରୁ ଖସି ପଡିଥିବା ନଜିର ଅଛି। ଏପରି ଏକ ଘଟଣା ଓଡିଶାରେ ଘଟିଛି। ପଟ୍ଟାମୁଣ୍ଡାଇ ନିକଟସ୍ଥ ନାହିଆ ଡିହା କୂଳରେ ୪ ଜଣ ସାଙ୍ଗ ରଜ ପାଇଁ ଆସିଥିଲେ । ସେଠାରେ ସେମାନେ ଭୋଜିଭାତ ବି କରୁଥିଲେ । ଗୀତ ବଡାଇ ନାଚ କୁଦ କରୁଥିଲେ । ହଠାତ୍ ଏ ସବୁ ଫିକା ପଡିଯାଇଥିଲା ।
ଭୋଜି ଭିତରେ ବ୍ରାହ୍ମଣୀ ନଦୀ ଭିତରେ ପଶି ଟିକ୍ଟିକ୍ କରିବେ ବୋଲି ଚିନ୍ତା କରିଥିଲେ । ଆଉଜଣେ ମୋବାଇଲ୍ରେ ଏହି ଦୃଶ୍ୟକୁ ରେକର୍ଡିଂ କରୁଥିଲେ । ଏହି ସମୟରେ ଜଣେ ସାଙ୍ଗ ବ୍ରାହ୍ମଣୀ ନଦୀରେ ବୁଡିଯାଇଥିବା ଅଭିଯୋଗ ହୋଇଛି । ଅନ୍ୟମାନେ ତାଙ୍କ ବଞ୍ଚାଇ ପାରି ନଥିଲେ । ଟିକ୍ ଟକ୍ ଯୋଗୁଁ ଏହି ଯୁବକ ଜଣଙ୍କ ପାଣିରେ ବୁଡିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି । ମୃତ ଯୁବକଙ୍କର ପରିଚୟ ମିଳିପାରି ନାହିଁ ।