ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍ (Pradhan Mantri Kisan Samman Nidhi scheme) ର ଲାଭ ଏନେ ପ୍ରବାସୀ ଶ୍ରମିକଙ୍କୁ ମିଳିପାରେ। କାରଣ ତାଙ୍କୁ ସମସ୍ତ ସର୍ତ୍ତ ପୂରଣ କରିବାକୁ ହେବ। କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ କୈଳାଶ ଚୌଧରୀଙ୍କ କହିବା ଅନୁସାରେ, ସର୍ତ୍ତ ପୂରଣ କରୁଥିବା ଶ୍ରମିକଙ୍କୁ ରେଜିଷ୍ଟେ୍ରସନ୍ କରନ୍ତୁ, ସରକାର ଟଙ୍କା ଦେବାକୁ ପ୍ରସ୍ତୁତ। ଶ୍ରମିକଙ୍କ ନାମରେ କେଉଁଠି ଜମି ରହିବା ଦରକାର। ଏବେ ରେଜିଷ୍ଟେ୍ରସନ୍ ପାଇଁ କୁଆଡେ ଯିବାକୁ ପଡିବନି। ସ୍କିମର ଓ୍ବେବସାଇଟରେ ଏହାର ଫାର୍ମର କର୍ନର ଜରିଆରେ ଆବେଦନ କରିପାରିବେ।
ରାଷ୍ଟ୍ରୀୟ କିସାନ ମହାସଙ୍ଗର ପ୍ରତିଷ୍ଠାତା ସଦସ୍ୟ ବିନୋଦ ଆନନ୍ଦ କହିଛନ୍ତି ଯେ ସହରରୁ ଗାଁକୁ ଯାଇଥିବା ଅଧିକାଂଶ ଲୋକ ବର୍ତ୍ତମାନ କୃଷି କାର୍ଯ୍ୟରେ ନିୟୋଜିତ ହେବେ କିମ୍ବା ସେମାନେ MNREGA ଅଧୀନରେ କୌଣସି ସ୍ଥାନରେ କାମ କରିବେ। ଏଭଳି ପରିସ୍ଥିତିରେ, ଯାହାର ଚାଷ କାମ ଓ ଜମି ଅଛି, ପ୍ରଥମେ ସେମାନଙ୍କୁ କୃଷକ ସମ୍ମାନ ନିଧିଙ୍କ ପାଇଁ ତାଙ୍କର ପଞ୍ଜୀକରଣ କରିନିଅନ୍ତୁ। ଏହା ଅଧୀନରେ ପ୍ରତିବର୍ଷ ୬୦୦୦ ଟଙ୍କା ମିଳୁଛି। କୃଷକ ସଂଗଠନ ଏବଂ କୃଷି ବୈଜ୍ଞାନିକମାନେ ଏହାକୁ ବୃଦ୍ଧି କରିବାକୁ କ୍ରମାଗତ ଭାବରେ ଦାବି କରୁଛନ୍ତି।
ଏଥିରେ ବିଶେଷ ଭାବରେ ରେଭିନ୍ୟୁ ରେକର୍ଡରେ ନାମ ଓ ସାବାଳକ ହେବା ଦରକାର। ଯଦି କୌଣସି ନାମ ଜମିର କାଗଜପତ୍ରରେ ରହିଛି ତେବେ ତାଙ୍କର ଆଧାରରେ ଅଲଗା ଭାବରେ ଲାଭ ନେଇପାରିବେ। ତାହା ସଂଯୁକ୍ତ ପରିବାରର ଅଂଶ ହୋଇଥାନ୍ତୁ ପଛେ।
ପ୍ରଧାନମନ୍ତ୍ରୀ କିଷାନ ସ୍କିମର ବଜେଟ୍ ୭୫ ହଜାର କୋଟି ଟଙ୍କାର ରହିଛି। ମୋଦି ସରକାର ବାର୍ଷିକ ୧୪.୫ କୋଟି ଟଙ୍କା ଲୋକଙ୍କୂ ଦେବାକୁ ଚାହେଁ। କିନ୍ତୁ ରେଜିଷ୍ଟେ୍ରସନ୍ ଏବେ ୧୦ କୋଟିର ମଧ୍ୟ ହୋଇନି। ଏହାର ମୋଟ ଲାଭାର୍ଥୀ କେବଳ ୯.୬୫ କୋଟି। ସ୍କିମ୍ ଆରମ୍ ହେବା ୧୭ ମାସ ବିତି ସାରିଲାରି। ଏଭଳି ପରିସ୍ଥିତିରେ ସହରରୁ ଗାଁକୁ ଆସୁଥିବା ଲୋକଙ୍କୁ ରେଜିଷ୍ଟେ୍ରନ୍ କରିବା ପରେ ତାଙ୍କୁ ଲାଭ ମିଳିପାରିବ। ଜମିର କାଗଜପତ୍ର ବ୍ୟତୀତ ପ୍ରଧାନମନ୍ତ୍ରୀ କିଷାନ ସ୍କିମର ଲାଭ ନେବା ପାଇଁ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ ଆଧାରକାର୍ଡ ନମ୍ବର ଜରୁରୀ। ଏହି ଡାଡାକୁ ରାଜ୍ୟ ସରକାର ଭେରିଫାଏ କରିବା ପରେ କେନ୍ଦ୍ର ସରକାର ଟଙ୍କା ପଠାଇବେ।
ପିଏମ କିଷାନ ସମ୍ମାନ ନିଧି ସ୍କିମ୍ ପାଇଁ ଅଫିସିଆଲ ଓ୍ବେବସାଇଟ୍ (pmkisan.gov.in)ରହିଛି। ଓ୍ବେବସାଇଟକୁ ଲଗଇନ୍ କରିବାକୁ ପଡିବ। ଏଥିରେ ଦିଆଯାଇଥିବା Farmers Corner’ ର ଟ୍ୟାବରେ କ୍ଲିନ୍ କରିବାକୁ ହେବ। ଫାର୍ମର କର୍ନରରେ କୃଷକଙ୍କୁ ନିଜକୁ ପ୍ରଧାନନ୍ତ୍ରୀ କୃଷକ ଯୋଜନାରେ ରେଜିଷ୍ଟର୍ଡ କରିବାର ମଧ୍ୟ ବିକଳ୍ପ ଦିଆଯାଇଛି। ଏଥିରେ ସରକାର ସମସ୍ତ ଲାଭାର୍ଥୀଙ୍କ ସମ୍ପୂର୍ଣ୍ଣ ସୂଚନା ଅପଲୋଡ କରିଛନ୍ତି। ଆପଣଙ୍କ ଆବେଦନର ସ୍ଥିତି କ’ଣ ଏହାର ସୂଚନା କୃଷକ ଆଧାର ସଂଖ୍ୟା/ ବ୍ୟାଙ୍କ ଖାତା/ ମୋବାଇଲ ନମ୍ବର ଜରିଆରେ ଜାଣିହେବ। ଏଥିରେ ଏକ ହେଲପ୍ ଲାଇନ୍ ନମ୍ବର ରହିଛି, ଯାହା ଜରିଆରେ ଦେଶର କେଉଁ ସ୍ଥାନରେ କୌଣସି ସିଧାସଳଖ କୃଷି ମନ୍ତ୍ରଣାଳୟ ସହିତ ସିଧାସଳଖ ଯୋଗାଯୋଗ କରିହେବ। ପିଏମ୍ କିସାନ୍ ଟୋଲ ଫ୍ରି ନମ୍ବର 18001155266କୁ ଫୋନ୍ କରି ବୁଝିପାରିବେ।