Odia News Portal

ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ : ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି।

ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ୭-୨ ଗୋଲରେ ପରାସ୍ତ କରି ଏହି ସଫଳତା ଅର୍ଜନ କରିଛି। ପରାଜୟ ସତ୍ତ୍ୱେ ଜାପାନର ଅଲିମ୍ପିକ୍ସକୁ ଯୋଗ୍ୟତା କରିଛି। କାରଣ ଆୟୋଜକ ଦେଶ ଭାବେ ଜାପାନ ସିଧାସଳଖ ଅଲିମ୍ପିକ୍ସକୁ କ୍ୱାଲିଫାଏ କରିଛି।

ଆଜି ମ୍ୟାଚରେ ଭାରତ ପକ୍ଷରୁ ରମନଦୀପ ସିଂହ (୨୩ତମ, ୩୭ତମ) ଦୁଇଟି, ହରମନପ୍ରୀତ ସିଂହ (ସପ୍ତମ), ବରୁନ୍ କୁମାର (୧୪ତମ), ହାର୍ଦ୍ଦିକ ସିଂହ (୨୫ତମ), ଗୁରସାହିବଜିତ୍ ସିଂହ (୪୩ତମ), ବିବେକ ପ୍ରସାଦ (୪୭ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଛନ୍ତି। ଶନିବାର ହେବାକୁଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭାରତର ସାମ୍ନା ଦକ୍ଷିଣ ଆଫ୍ରିକା ସହ ହେବ। ଦକ୍ଷିଣ ଆଫ୍ରିକା ସେମିରେ ଆମେରିକାକୁ ୨-୧ ଗୋଲରେ ପରାସ୍ତ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ହାସଲ କରିଛି।