Odia News Portal

ବରିଷ୍ଠ ନାଗରିକଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ବର : ନୂଆପଲ୍ଲୀ ୱାର୍ଡ ନମ୍ବର ୩୯ ଅଧୀନରେ ଥିବା ନୂଆସାହିରେ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସମ୍ପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଂଗୀତ ଭାବେ ମାନ୍ୟତା ଦେଇଥିବାରୁ ନୁଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ, ନୁଆସାହି ଆଞ୍ଚଳିକ ବିକାଶ କେନ୍ଦ୍ର, ମହାବୀର ପୂଜା କମିଟି, ଲଫିଙ୍ଗ କ୍ଲବ, ମହାବୀର ସାମାଜିକ ସଂଗଠନ ତରଫରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘର ସଭାପତି ରାହାସ ବିହାରୀ ପାଣି, ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ସାହୁ, ଲଫିଙ୍ଗ କ୍ଲବ ର ସଭାପତି ଜୟକୃଷ୍ଣ ରାଜହଂସ,ସାଧାରଣ ସମ୍ପାଦକ ହେମନ୍ତ କୁମାର ସାହୁ, ଆଞ୍ଚଳିକ ବିକାଶ କେନ୍ଦ୍ର ର ସଭାପତି ରମେଶ ଚନ୍ଦ୍ର ନାୟକ ବରିଷ୍ଠ ନାଗରିକ ଜୟ ମାଧବ ଦୋରା, ଅନୁଜ ଚନ୍ଦନ ନାୟକ, ସୁମନ କୁମାର ଜେନା, ରାକେଶ କୁମାର ଜାଲି, ପବିତ୍ର ବଳିୟାରସିଂ, ସୌମ୍ୟରଂଜନ ସ୍ୱାଇଁଙ୍କ ସମେତେ ଅଂଚଳର ଅନେକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ, ଯୋଉ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁନାହାନ୍ତି ବୋଲି ସମାଲୋଚନା କରୁଥିଲେ ଆଜି ସେହି ମୁଖ୍ୟମନ୍ତ୍ରୀ ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ରାଜ୍ୟ ସଂଗୀତ ମାନ୍ୟତା ଦେଇ ସାରା ଭାରତ ବର୍ଷ ରେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସମାଜସେବୀ ମିଲନ କୁମାର ପାଇକରାୟ କହିଛନ୍ତି ।