ଭୁବନେଶ୍ବର : ମହାବୀର ସାମାଜିକ ସଂଗଠନ ର ସାଧାରଣ ସମ୍ପାଦକ ତଥା ସମାଜସେବୀ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ନୁଆସାହି ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ, ଲଫିଙ୍ଗ କ୍ଲବ, ଆଞ୍ଚଳିକ ବିକାଶ କେନ୍ଦ୍ର, ମହାବୀର ସାମାଜିକ ସଂଗଠନ ଓ ମହାବୀର ପୂଜା କମିଟି ର ମିଳିତ ସହଯୋଗରେ ଚୀନ ସୀମାରେ କୋଡିଏ ଜଣ ଭାରତୀୟ ଯବାନ ସହିଦ ହୋଇଯାଇଥିବାରୁ ସେମାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଚାଇନାର ସମସ୍ତ ଜିନିଷକୁ ବର୍ଜନ କରିବାକୁ ସମସ୍ତ ସଂଗଠନର ସମସ୍ତ ସଦସ୍ୟ ଭାରତୀୟ ନାଗରିକଙ୍କୁ ଅନୁରୋଧ କରିଛନ୍ତି ।
ଅତି ନିର୍ମମ ଭାବେ ଭାରତୀୟ ଯବାନ ମାନଙ୍କୁ ହତ୍ୟା କରାଯାଇଥିବାରୁ ଏହାକୁ ଦୃଢ଼ ନିନ୍ଦା କରାଯିବା ସହ ଚାଇନା ର ସୈନ୍ୟ ମାନଙ୍କୁ ଆଖିଦୃଶିଆ ଦଣ୍ଡ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ଜୟ ମାଧବ ଦୋରା, ବାଣୀ କୁମାର ନନ୍ଦ, ଜୟ କୃଷ୍ଣ ରାଜହଂସ, ହେମନ୍ତ କୁମାର ସାହୁ, ରାହାସ ବିହାରୀ ପାଣି, ଶ୍ୟାମସୁନ୍ଦର ସାହୁ, ବିଷ୍ଣୁ ଦାଶ, ଅନୁଜ ଚନ୍ଦନ ନାୟକ, ସୁମନ କୁମାର ଜେନାଙ୍କ ସମେତେ ଅଂଚଳର ଅନେକ ବରିଷ୍ଠ ନାଗରିକ ଓ ଯୁବ ବନ୍ଧୁ ମାନେ ଉପସ୍ଥିତ ଥିଲେ ।