ଭୁବନେଶ୍ବର : ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହ ମାଲକାନଗିରି ଜିଲ୍ଲା ସ୍ୱାଭିମାନଅଞ୍ଚଳର ଜୋଡାମ୍ବୋ ଓ ହଣ୍ଟାଲଗୁଡା ଗସ୍ତ କରିଛନ୍ତି । ମହାନିର୍ଦ୍ଦେକ ଜୁଡାମ୍ବୋ ପଞ୍ଚାୟତରେ ଜୁଡାମ୍ବୋ ଥାନାର ଶୁଭାରମ୍ଭ କରିବା ସହିତ ଥାନାର ନୂଆ କୋଠାପାଇଁ ଭିତ୍ତିପ୍ରସ୍ତର
ସ୍ଥାପନ କରିଛନ୍ତି । ଡିଜିପିଙ୍କ ସହିତ ଆଇଜିପି ଅମିତାଭ ଠାକୁର, ଡିଆଇଜି ସଫିନ ଅହ୧ଦ ଓ ଏସ୍ପି ଋଷିକେଶ ଖିଲାର ଗସ୍ତ କରିଥିଲେ । ଗସ୍ତ ସମୟରେ ଶ୍ରୀ ଅଭୟ ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ହଣ୍ଟାଲଗୁଡା ଓ ଦର୍ଲାବେଡା ଠାରେ ଥିବା ବିଏସ୍ଏଫ୍, ଆଇଆର ବାଟାଲିୟନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏଥି ସହିତ ସ୍ୱାଭିମାନ ଅଞ୍ଚଳକୁ ଗୁରୁପ୍ରିୟା ସେତୁ ଖୋଲିବାପରେ ହୋଇଥିବା ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ୱାଭିମାନ ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ଡିଜିପି ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଦେଶର ୩୫ ମାଓ ପ୍ରବଣ ଜିଲ୍ଲା ମଧ୍ୟରେ ମାଲକାନଗିରି ଅନ୍ୟତମ ହୋଇଥିବାବେଳେ ସ୍ୱାଭିମାନ ଅଞ୍ଚଳରେ ମାଓ ଉପଦ୍ରବ ସର୍ବାଧିକ ରହିଛିା ଗତ ପ୍ରାୟ ଛଅମାସ ଧରି ହଣ୍ଟାଲଗୁଡା ଓ ଦର୍ଲାବେଡା ଅଞ୍ଚଳରେ ସୁରକ୍ଷା ସ୍ଥିତି ଭଲ ରହିଛି । ୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ଉଦ୍ଘାଟନ ପରେ ସ୍ୱାଭିମାନ ଅଞ୍ଚଳରେ ବିକାଶକାର୍ଯ୍ୟ ଆଗେଇ ଚାଲିଛି । ଏହି ଅଞ୍ଚଳରେ ଲୋକଙ୍କ ଜୀବନ ଜୀବିକା ସହିତ ଯୋଗାଯୋଗ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ଅନେକ ସଡକ ପ୍ରକଳ୍ପ କାର୍ଯ୍ୟକୁ ପ୍ରାଥମିକତା ଭିତ୍ତିରେ କରାଯାଉଛି । ଏଥି ମଧ୍ୟରେ ବଡପଡାରୁ ଜନ୍ତାପାଇ କାର୍ଯ୍ୟ ସରିଥିବାବେଳେ ଜନ୍ତାପାଇ ରୁ ଜୋଡାମ୍ବୋ ରାସ୍ତାର ଗୋଟିଏ ପରସ୍ତ କାର୍ଯ୍ୟ ସମାପ୍ତ ହୋଇଛି । ଜୋଡୋମ୍ବା ଠାରୁ ଗୁଆରାସେତୁ ଏବଂ ସେଠାରୁ ପଣସପୁଟ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।
ଜନ୍ତୁରାଇ ରୁ ଗଜଲମାମୁଡି ପର୍ଯ୍ୟନ୍ତ କାର୍ଯ୍ୟ ଜାରିରହିଛି । ସେହଭଳି ଜନ୍ତାପାଇ-ପାପେରମେଟାଲ-ଦୁଲିପୁଟ-ସି
ଚଳିତବର୍ଷ ଜାନୁୟାରୀ ମାସରେ ମାଓବାଦୀମାନେ ଜନ୍ତୁରାଇ ଓ ଜୋଡାମ୍ବୋ ଗ୍ରାମବାସୀଙ୍କୁ ଆକ୍ରମଣ ସହିତ ବିକାଶ କାର୍ଯ୍ୟରେ ବାଧା ଉପଜାଇବାକୁ କହିଥିଲେ । କିନ୍ତୁ ଗ୍ରାମବାସୀମାନେ ମାଓବାଦୀଙ୍କୁ କଡା ବିରୋଧ କରିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସ୍ୱାଭିମାନ ଅଞ୍ଚଳର ଲୋକେ ଏବେ ବିକାଶ ଚାହୁଁଛନ୍ତି ଓ ସରକାରୀ ବିକାଶ କାର୍ଯ୍ୟକୁ ସମର୍ଥନ କରୁଛନ୍ତି । ସ୍ୱାଭିମାନ ଅଞ୍ଚଳରେ ଡାକ୍ତରଖାନା ନିର୍ମାଣ, ନଳକୂପ ଖନନ, ବିଦ୍ୟୁତ୍ ସବଷ୍ଟେସନ ଓ ଆଦିବାସୀ ହଷ୍ଟେଲ, ଖେଳପଡିଆ ଆଦି ନିର୍ମାଣ ଚାଲିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ମାଓ କାର୍ଯ୍ୟକଳାପର ପ୍ରତିହତ ପାଇଁ ଜୋଡାମ୍ବୋ ଆଜି ପୁଲିସ୍ ଥାନା ଖୋଲିଛି । ସ୍ଥାନୀୟ ୫ଟି ପଞ୍ଚାୟତ ଯଥା ଯବି, ଅଣ୍ଡରାପଲି, ପଣସପୁଟ, ଜୋଡାମ୍ବୋ ଏବଂ ଗଜଲମାମୁଡିର ଲୋକଙ୍କୁ ସୁରକ୍ଷା ଯୋଗାଇବା ସହିତ ଏହି ଅଞ୍ଚଳର ବିକାଶ କାର୍ଯ୍ୟକୁ ସ୍ଥାନୀୟ ଲୋକଙ୍କ ସହାୟତା ତ୍ୱରାନ୍ୱିତ କରାଯାଇପାରିବ । ଜୋଡାମ୍ବା ଥାନା ଖୋଲିଲାପରେ ସ୍ୱାଭିମାନ ଅଞ୍ଚଳର ଦୁଇ ତୃତୀୟାଂଶ ଅଞ୍ଚଳରେ ପ୍ରଶାସନ ପହଞ୍ଚିଥିବାବେଳେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ । ସ୍ୱାଭିମାନ ସରକାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରୁଥିବାବେଳେ ପୁଲିସ୍ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉଛି ।
