Odia News Portal

“ହେଲପିଙ୍ଗ ହାଣ୍ଡ” ପକ୍ଷରୁ ବୁଲା କୁକୁରଙ୍କୁ କରୁଛନ୍ତି ଚିକିତ୍ସା

ପୁରୀ : ପୁରୀରେ ସ୍ୱଛା ସେବୀ ଅନୁଷ୍ଠାନ “ହେଲପିଙ୍ଗ ହାଣ୍ଡ” ଅର୍ଗାନାଇଯେସନ୍ର ତରଫରୁ ସବୁଦିନ ଅସହାୟ ପଶୁ ମାନଙ୍କୁ ଦୁଇ ସମୟ ଖାଇବା ପୁରୀ ଓ ଭୁବନେଶ୍ୱରରେ  ପ୍ରଦାନ କରାଯାଉଛି। ନିଜ ପକେଟ ପଇସାରୁ କାଢି କରି ଏ ଯୁବ ପିଢ଼ି ମାନେ କିଛି ନୂଆ କରିବାରେ ଲାଗିପଡିଛନ୍ତି।

“ହେଲପିଙ୍ଗ ହାଣ୍ଡ” ଅର୍ଗାନାଇଯେସନ୍ ଟିମ ବୁଲା କୁକୁର ଗାଈ ବିଲେଇ ଓ ପଶୁମାନଙ୍କୁ ଓ ସୁରକ୍ଷା କରିଥାନ୍ତି। ସେମାନେ ସବୁ ପଶୁ ମାନଙ୍କୁ ରହିବା ଖାଇବା ଓ ତାଙ୍କର ମାଗଣା  ଚିକିତ୍ସା କରାଇଥାନ୍ତି। ଯେତେବେଳେ ଅଲଗା ଲୋକ ମାନେ ଏ ସବୁ କୁ ଅବହେଳା କରି ପଳାଇଥାନ୍ତି ସେଇ ସମୟରେ ହେଲପିଙ୍ଗ ହାଣ୍ଡ ଅର୍ଗାନିଜ଼ାସନ ଗୋଟେ ଉଦାହରଣ ହୋଇଛନ୍ତି।

“ହେଲପିଙ୍ଗ ହାଣ୍ଡରେ” ସଭାପତି  ଜଗତବନ୍ଧୁ ପ୍ରଧାନଙ୍କ ସହିତ ତାଙ୍କ ଟିମ ମେମ୍ବରସ  ସଞ୍ଜୟ ମହାରଥା, ପ୍ରଭୂଜୀ ପ୍ରୀତିକୁନ୍ଦନ, ଐଶ୍ୱର୍ୟା ମିଶ୍ର, ରମେଶ ପଣ୍ଡା, ପପୁ ଦଳବେହେରା, ରୁଦ୍ର ଶଙ୍କର ପଟ୍ଟନାୟକ, ଅର୍ପିତା ଦେବତା, ସ୍ୱାମୀଜୀ ଦିବ୍ୟସ୍ପନ୍ଦନ, ଜଜଗନାଥ ପାଳ, ଏନ୍. ହରିଶ, ନିରଞ୍ଜନ ମହାପତ୍ର, ଶିବା ରେଡଡି, ଏସ କେ ସାହିଲ, ଆଦିତ୍ୟ ରଣା, ସାରଦା ପ୍ରିୟଦର୍ଶିନୀ, ରିଙ୍କି ଜେନା, ଇତିଶ୍ରୀ ସରିତା ମହାନ୍ତି ଓ ଶ୍ରୀବାସ୍ତବ ଜେନା ରିଙ୍କୁ ମହାପାତ୍ର ଏ ସବୁ କାର୍ଯ୍ୟ ରେ ଏକମତ ସାମିଲ ହୋଇ କାମ କରିଥାନ୍ତି।

ଅର୍ଗାନିଜେସନ ମଧ୍ୟ ଓଡିଶା ସରକାରକୁ ନିବେଦନ କରିଛନ୍ତି କି ଯଦି ସରକାରଙ୍କ ଦ୍ୱାରା ଯଦି କିଛି ସାହାର୍ୟାରେ ହାତ  ମିଳିବ ତାହାଲେ ଟିମ ବହୁତ କିଛି ପଶୁ ମାନଙ୍କ ପାଇଁ କରାଇକି ଦେଖାଇପାରିବ। ଏବଂ ଜଗତ ବନ୍ଧୁ ପ୍ରଧାନ ତାଙ୍କ ଟିମ ସହ ଏୟା ମଧ୍ୟ ନିବେଦନ କରିଛନ୍ତି କି ପଶୁ ମାରିବା ପାଇଁ କଡା ନିୟମ ଜାରି ହଉ। ଏଥିସହ ହେଲପିଙ୍ଗ ହାଣ୍ଡ ଅର୍ଗାନିଜେସନ ସବୁଦିନ ବିଭିନ୍ନ କାର୍ଯ୍ୟ କରି ଜାରି ରଖିଥାଏ।