ଟାଙ୍ଗୀ : ଅନେକ ସମୟରେ ଛୋଟ ଛୋଟ ଘଟଣାକୁ ନେଇ କଳି ଲାଗିଥାଏ । ଏହା ଗୁରୁତର ଆକ୍ରମଣ ରୂପ ନେଇଥାଏ । ସାଧାରଣ ଜୁଆ ଖେଳରୁ ମହାଭାରତ ପରି ହୋଇଥାଏ । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଦେଖିବା ପାଇଁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମାଟିଆପଡା ଗାଁ ଦାଣ୍ଡରେ ପୂର୍ବ ଶତୃତାକୁ ନେଇ ଜଣେ ମହିଳାଙ୍କୁ ସଂଗବଦ୍ଧ ଭାବେ ମାଡ-ମାରିବା ଭିଡିଓ ଭାଇରାଲ ହୋଇଛି।
ଟାଙ୍ଗୀ ଥାନାରେ ଅଭିଯୋଗ ପରେ ପୋଲିସ ର ତନାଘନା ଆରମ୍ଭ ହୋଇଛି। ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟାଙ୍ଗୀ ମେଡିକାଲ ରେ ଭର୍ତ୍ତି କରା ଯାଇଥିବା ଜଣା ପଡ଼ିଛି। ଟାଂଗୀ ଥାନା ମାଟିଆପଡ଼ା ଗାଁର ମହିଳାଙ୍କ ମଧ୍ୟରେ ମାଡ ପିଟି ସହ ପୋଷାକ ଚିରିବା ଭିଜୁଆଲ୍ ଭାଇରାଲ୍ ହୋଇଛି । ଏଥିରେ ଅନେକ ମହିଳା ଓ ଯୁବତୀ ପୂର୍ବ ଶତ୍ରୁତାକୁ ନେଇ ପରସ୍ପରକୁ ଗାଳି ଦେବା ସହ ଅଶୀଳ୍ଳ ଇଙ୍ଗିତ କରୁଥିବା ଦେଖିବା ପାଇଁ ମିଳିଛି । ଏହା ପରେ ଦୁଇ ଦଳ ମଧ୍ୟରେ ମାର ପିଟ୍ ହେଉଛି । ମହିଳା ମହିଳାଙ୍କ ମଧ୍ୟରେ ଝଗଡା ହେଉଥିବା ବେଳେ ପୁରୁଷଙ୍କ ମଧ୍ୟରେ ମାରପିଟ୍ ମଧ୍ୟ ହେଉଛି । ପରସ୍ପର ଚୁଟି ଭିଡା ଭିଡି ହୋଇ ଆକ୍ରମଣ କରୁଥିବା ଦେଖିବା ପାଇଁ ମିଳିଛି ।
ପୁରୁଷଙ୍କ ମଧ୍ୟରେ ଗଣ୍ଡଗୋଳ ହାତାହାତି ଓ ବାଡିରେ ପିଟା ପିଟି ହେଉଥିବା ଭିଜୁଆଲ୍ ଭାଇରାଲ୍ ହୋଇଛି । ଜଣେ ମହିଳାଙ୍କୁ କପଡା ଏହି ସମୟରେ ଚିରି ଯାଉଥିବା ଦେଖିବା ପାଇଁ ମିଳଛି । ଗାଁ ଜମା ହୋଇ ଅନେକ ଲୋକ ଏହାର ଦେଖାଣାହାରୀ ପାଲଟି ଥିବା ଭିଜୁଆଲ୍ରେ ଦେଖିବା ପାଇଁ ମିଳିଛି । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।