Odia News Portal

ଜବତ ହେଲା ବନ୍ଧୁକ, ଗୁଳି ଓ ବିପୁଳ ପରିମାଣର ବାରୁଦ

ଭୁବନେଶ୍ବର: ରାଜଧାନୀରେ କାୟା ମେଲାଉଛି ଚୋରା କାରବାର। ଜବତ ହେଲା ବନ୍ଧୁକ,ଗୁଳି ଓ ବିପୁଳ ପରିମାଣର ବାରୁଦ। ଘଟଣାରେ QAT ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେବି ୩ଜଣ ଫେରାର୍ ଅଛନ୍ତି। ଗିରଫ ହେଲେ ରିଙ୍କୁ ପ୍ରଧାନ ଓ ରାକେଶ ସାହୁ । ଏମାନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି। ଖୋର୍ଦ୍ଧା ଓ ଭୁବନେଶ୍ୱର ଥାନାରେ ରହିଛି ଏକାଧିକ ମାମଲା। ଗତକାଲି ରାତିରେ ଏହି ଗ୍ୟାଙ୍ଗ ଜଟଣୀରେ ଡକାୟତି ଯୋଜନା କରୁଥିବା ଖବର ପାଇ ଜଟଣୀ ପୋଲିସ ଓ QAT ମିଳିତ ଭାବେ ଚଢାଉ କରିଥିଲା। ଘଟଣାସ୍ଥଳରୁ ୩ଜଣ ଚମ୍ପଟ ମାରିଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଛି।